ଦେବଗଡ଼: ସାର୍ବଜନିନ ଗଣେଷ ପୂଜା କମିଟିର ସଦସ୍ୟ ମାନେ ଆଜି ସକାଳ ସାତ ଘଟିକା ରୁ ଧାରଣା ଦେଉଥିବା ଯୋଗୁଁ ପ୍ରଭୁ ଗଣେଶଙ୍କ ପୂଜା ବନ୍ଦ ଅଛି। ପୌରାଞ୍ଚଲର ସଫେଇ କର୍ମଚାରି ଙ୍କ ଇପିଏଫ ବକେୟା ପାଉଣା ଦୀର୍ଘ ଦିନ ରୁ ନମିଳିବା ହେତୁ ସେମାନେ ସଫେଇ କାର୍ଯ୍ୟ ବନ୍ଦ କରିଥିବା ଜଣାପଡ଼ିଛି। ସଫେଇ କାର୍ଯ୍ୟ ବନ୍ଧ ଥିବାରୁ ବାଧ୍ୟ ହୋଇ ସହରରେ ଗଣେଷ ପୂଜା କମିଟିର ସଦସ୍ୟ ମାନେ ସଫେଇ କାର୍ଯ୍ୟ କରୁଥିଲା ବେଳେ ଗଣେଶ ପୂଜା କମିଟି ଓ ସଫେଇ କର୍ମ ଚାରି ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଅଦ୍ୟାବଧି ଦିନ ୧୨ ଟା ହେଲେ ମଧ୍ୟ ପୂଜା ବନ୍ଦ ରହିଛି। ପୂଜା କମିଟିର ଧାରଣା ଚାଲି ଥିଲା ବେଳେ ଦେବଗଡ଼ ପ୍ରଶାସନ ପକ୍ଷରୁ ପ୍ରଶାସନ ଅଧିକାରୀ ରାଜୀବ କୁମାର ନାୟକ ଧାରଣା ସ୍ଥଳକୁ ପହଞ୍ଚି, ଘଟଣା ବିଷୟରେ ପଚାରି ବୁଝି ଥିଲେ। ଜିଲ୍ଲାପାଳ ଦେବଗଡ଼ଙ୍କୁ ଏ ବିଷୟରେ ଜଣାଇବା ପାଇଁ ମଧ୍ୟ କହିଥିଲେ। ତେବେ ଏହି ଘଟଣାର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ଶ୍ରୀ ନାୟକ ମନ୍ତବ୍ୟ ପ୍ରକାଶ କରିଛନ୍ତି।