ସମ୍ବଲପୁର: ପୁଣି ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଅଧିକ ସଂଖ୍ୟକ ଗେଟ୍। ଅଧିକ ସଂଖ୍ୟକ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲୁରହିଛି। ଶୁକ୍ରବାର ସକାଳ ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ କ୍ରମାଗତ ଭାବରେ ବୃଦ୍ଧି ହେବା ଯାରି ରହିଥିବା ସୁଚନା ମିଳିଛି। ବର୍ତ୍ତମାନ ପରିସ୍ଥିତିରେ ହୀରାକୁଦ ଜଳଭଣ୍ଡାରରୁ ୧୬ ଗୋଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ଶୁକ୍ରବାର ସକାଳ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୨୯ ଫୁଟ୍ ରହିଛି। ଏଥିସହ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୪୧ହଜାର ୧୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୮୯୫ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି। ତେବେ ହୀରାକୁଦ ଜଳଭଣ୍ଡାର ଉପରେ ମୁଣ୍ଡରେ ଛତିଶଗଡ଼ର ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବାରୁ ଜଳଭଣ୍ଡାରକୁ ଜଳପ୍ରବେଶ ପରିମାଣ ଅହେତୁକ ଭାବରେ ବୃଦ୍ଧି ହୋଇଛି। ଏଣୁ ହୀରାକୁଦ ଜଳଭଣ୍ଡାର କର୍ତ୍ତୁପକ୍ଷ ଜଳଭଣ୍ଡାର ବାମ ପଟରୁ ୧୧ ଓ ଡାହାଣ ପଟରେ ୫ ଗୋଟି ମୋଟ ୧୬ ଗୋଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରୁଥିବା ନେଇ ସୁଚନା ମିଳିଛି।