ଭୁବନେଶ୍ୱର: ଓଡିଶା ମୁହାଁ ବାତ୍ୟା 'ଦାନା'। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ବାତ୍ୟାର ରୂପ ନେଇଛି। ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେବା ସହ ଓଡିଶା ଉପକୂଳ ଆଡକୁ ଗତି କରିବ। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବ। ଏହା ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଏହାର ସମ୍ଭାବ୍ୟ ଗତିପଥ ଭାରତୀୟ ପାଣିପାଗ ବିଭାଗ ନିରୂପଣ କରିଛି।
ସମୁଦ୍ର ଭିତରେ ଘଣ୍ଟାପ୍ରତି ୬ କିମି ବେଗରେ ଉପକୂଳ ଆଡକୁ ମାଡିଆସୁଛି ବାତ୍ୟା 'ଦାନା'। ଏହା ଆଜି ବାତ୍ୟାରେ ରୂପାନ୍ତରୀତ ହେବା ସହ ରାଜ୍ୟରେ ପାଣିପାଗ ଉପରେ ପ୍ରଭାବ ପକାଇବା ଆରମ୍ଭ କରିବ। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ କେନ୍ଦ୍ରାପଡାରୁ ବାଲେଶ୍ବର ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଧାମରାର ଅତି ନିକଟବର୍ତ୍ତୀ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିପାରେ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ପ୍ରଭୃତି ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ ଦେଖିବାକୁ ମିଳିପାରେ।
ଆସନ୍ନ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଗତା କଲି ଏନଡ଼ିଆରଏଫ ଟିମ ଆସି ଭଦ୍ରକ, ମୟୁରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି। ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ରରେ ପ୍ରବେଶ ପାଇଁ ଵାରଣ କରାଯାଇଛି। ଲୋକ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।