ଫେସବୁକ୍ ହେଉ କିମ୍ବା ଏକ୍ସ, ଅବା ଇନଷ୍ଟା ଏବେ ଇଣ୍ଟରନେଟ୍ ଖୋଲୁ ଖୋଲୁ ଚାରିଆଡେ ଖାଲି Ghibli-Ghibli। ଆପଣ ଏ ନାଁ ହୁଏତ ପ୍ରଥମ ଥର ପାଇଁ ଶୁଣୁଥିବେ, ହେଲେ ଏହା ଏବେ ପୂରା ଇଣ୍ଟରନେଟରେ ଛାୟିଗଲାଣି। ତେବେ ସୋସିଆଲ ମିଡ଼ିଆରେ ଏହା ଟ୍ରେଣ୍ଡ ହେବାର ପୂରା ଶ୍ରେୟ ଯାଉଛି Open AI ର GPT- 40 ମଡେଲକୁ। ଲୋକମାନେ ଏହି ଟୁଲ୍ ଜରିଆରେ ଯେକୌଣସି ଫଟୋକୁ ଆକର୍ଷଣୀୟ ରୂପେ ପରିବର୍ତ୍ତନ କରି ଆନିମେଟେଡ଼ ଭଳି ରୂପାନ୍ତରଣ କରିପାରୁଛନ୍ତି। ଯାହାର କ୍ରେଜ ଏବେ ସବୁଠି ଦେଖିବାକୁ ମିଳୁଛି। ସିନେମା ପୋଷ୍ଟର ଠାରୁ ଆରମ୍ଭ କରି ଲୋକଙ୍କ ବ୍ୟକ୍ତିଗତ ଫଟୋ, କୌଣସି ମିମ୍ସ, ରୋମାଣ୍ଟିକ ଫଟୋ ସବୁ ଏବେ Ghibli ଷ୍ଟାଇଲିରେ ରୂପାନ୍ତରିତ ହେଉଛି।
ନିକଟରେ ଓପନ୍ ଏଆଇ (Open AI)ର ସିଇଓ ସାମ୍ ଅଲ୍ଟମ୍ୟାନ୍ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ Ghibli ଷ୍ଟାଇଲିରେ ନିଜ ଏଆଇ ଫଟୋକୁ ପ୍ରୋଫାଇଲ ଫଟୋ ରହିଥିଲେ। କେବଳ ସିଏ ଏକା ନୁହଁନ୍ତି ବିଶ୍ୱର ସବୁଠୁ ବଡ଼ ଧନୀ ତଥା ଟେଲସାର ସିଇଓ ଏଲନ ମସ୍କ ମଧ୍ୟ ଏକ ଫଟୋକୁ Ghibli ଷ୍ଟାଇଲିରେ ଶେୟାର କରିଛନ୍ତି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଯାଏଁ ସମସ୍ତେ ଏବେ Ghibli ଷ୍ଟାଇଲି ଟ୍ରେଣ୍ଡକୁ ଆପଣାଉଛନ୍ତି।
GPT- 40: ନୂଆ ଇମେଜ ଜେନେରେସନ ଟୁଲ୍
ଏହି ନୂଆ ଟ୍ରେଣ୍ଡ Open AIର GPT- 40 ମଡ଼େଲ ଜରିଆରେ ସମ୍ଭବ ହୋଇପାରିଛି। ଏହି ନୂଆ ଇନବିଲ୍ଟ ଇମେଜ ଜେନେରେସନ ଟୁଲ ଜରିଆରେ ୟୁଜର୍ସ ଷ୍ଟିକର, ସାଇନବୋର୍ଡ, ଫଟୋରିଅଲିଷ୍ଟିକ୍ (ପ୍ରତିଛବି) ତିଆରି କରିପାରିବେ। Open AI, ଏହି ଫିଚରକୁ ଲଞ୍ଚ ବେଳେ କହିଛି, ଏହା ଏକ ଦେଶୀୟ ମଲ୍ଟିମଡେଲ ଉପଯୋଗୀ ହେବ, ଯାହା ଫଟୋ (ଇମେଜ)କୁ ଅନଲକ୍ କରି ଫଟୋରିୟଲିଷ୍ଟିକ୍ ଆଉଟପୁଟ୍ ଦେବାରେ ସକ୍ଷମ ହେବ।