ଆଜି ବିଶ୍ୱ କର୍କଟ ଦିବସ, ସମୟ ଆସିଛି କ୍ୟାନସର ବିରୋଧରେ ସବୁ ଭ୍ରମ ଦୂର କରିବାର
Khabar Odisha:World-Cancer-Day-2021

ଭୁବନେଶ୍ୱର, ଫେବୃଆରୀ ୪ (ଖବର ଓଡ଼ିଶା): ପୁରା ବିଶ୍ୱ କରୋନା ମହାମାରୀ ରେ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ କରୋନା ମହାମାରୀ ବିରୁଦ୍ଧରେ ଜାରି ଏହି ଯୁଦ୍ଧ ଆଉ ଏକ ମହା ସଙ୍କଟକୁ ଅଣାଦେଖା କରିଛି । 

କରୋନା ସମୟରେ ସବୁଠାରୁ ଅଧିକ ପ୍ରଭାବ ପଡିଛି କର୍କଟ ବା କ୍ୟାନସର ରୋଗୀଙ୍କ ଉପରେ । ମହାମାରୀ କେବଳ କର୍କଟ ରୋଗୀ ଚିହ୍ନଟରେ ବିଳମ୍ବ କରିନାହିଁ, କର୍କଟ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହେବା ସହିତ ସେମାନଙ୍କ ଜୀବନ ଉପରେ ଢେର ଅଧିକ ପ୍ରଭାବ ପକାଇଛି କରୋନା ମହାମାରୀ ।

ଆଜି ହେଉଛି ବିଶ୍ୱ କର୍କଟ ଦିବସ । ଏହି ମାରାତ୍ମକ ରୋଗ ପାଇଁ ସତର୍କତା ଓ ସଚେତନତା ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଇ ଆସୁଛି । ଏହି ରୋଗର ମୁକାବିଲା କରିବା ପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆନକ ପଦକ୍ଷପ ମାନ ମଧ୍ୟ ଗ୍ରହଣ କରାଯାଉଛି ।

କିନ୍ତୁ ଏବେବି ଲୋକଙ୍କ ମନରେ ଏମିତି କିଛି ଭ୍ରମ ରହିଛି କର୍କଟ ରୋଗକୁ ନେଇ ଯାହା କର୍କଟ ରୋଗୀଙ୍କ ପୁଣି ଥରେ ସୁସ୍ଥ ହେବାର ଆଶାକୁ ଭାଙ୍ଗିଦେଉଛି । ତେବେ ଚାଲନ୍ତୁ ଆଜି ସେଭଳି କିଛି ଭ୍ରମ ବିଷୟରେ ଜାଣିବା ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ ହୋଇ ମଧ୍ୟ କର୍କଟ ରୋଗୀ ମାନଙ୍କୁ ପ୍ରଭାବିତ କରି ଆସୁଛି ।

କର୍କଟ ସଂକ୍ରାମକ :

ଏହି ଭାବନା ଏବେବି କର୍କଟ ରୋଗୀଙ୍କ ଚିକିତ୍ସାରେ ବଡ ବାଧକ ହୋଇଛି । ସଂକ୍ରମଣ ଭୟରେ ଏବେି ଲୋକେ କର୍କଟ ରୋଗୀଙ୍କ ପାଖ ମାଡୁ ନାହାନ୍ତି । ଯେତେବେଳେ କି କୌଣସି ବି କର୍କଟ ରୋଗ ସଂକ୍ରାମକ ନୁହେଁ । ଯଦି କୌଣସି ପରିବାର ସଦସ୍ୟ ଅଛନ୍ତି ଯିଏ କର୍କଟ ରୋଗରେ ପୀଡିତ, ତାଙ୍କୁ ସ୍ପର୍ଶ କଲେ କିମ୍ବା ତାଙ୍କ ସହିତ ଏକାଠି ବସି ଖାଇଲେ କର୍କଟ ରୋଗ ହୁଏ ନାହିଁ । କେବଳ ଗର୍ଭାଶୟ କର୍କଟ ରେ ସାମନ୍ୟ ସଂକ୍ରମଣର ଭୟ ରହିଥାଏ ।

କର୍କଟ ଏକ ପାରିବାରିକ ରୋଗ :

ପୁରା ବିଶ୍ୱରେ କେବଳ ମାତ୍ର ୫-୧୦ ପ୍ରତିଶତ କର୍କଟ ଜିନ୍ ଗତ ହୋଇଥାଏ ଯାହା ଗୋଟିଏ ପିଢୀରୁ ଅନ୍ୟ ପୀଢିକୁ ବ୍ୟାପିଥାଏ । କର୍କଟ ରୋଗର ଅଧିକାଂଶ ବୟସର ପରିବର୍ତ୍ତନ ହେତୁ ହୋଇଥାଏ ଯାହା ଜେନେଟିକ୍ ପରିବର୍ତ୍ତନ ଅଟେ । ତେଣୁ କର୍କଟ ରୋଗୁ ସମ୍ପୂର୍ଣ୍ଣ ଭାବରେ ଜେନେଟିକ୍ ଡିଜିଜ୍ ବୋଲି ଭାବିକା ଏକ ଭ୍ରମ ଅଟେ ।

କର୍କଟ ଯନ୍ତ୍ରଣାଦାୟକ :

କର୍କଟ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଯନ୍ତ୍ରଣାହୀନ ଏବଂ ଅସ୍ୱାଭାବିକ ଏଥିପାଇଁ ତ ପ୍ରାୟତଃ ରୋଗୀ ସେମାନଙ୍କ ପ୍ରଥମ ଷ୍ଟେଜ୍ ରେ କର୍କଟ ରୋଗ ବିଷୟରେ ଜାଣି ପାରନ୍ତି ନାହିଁ । ରୋଗ ଚିହ୍ନଟରେ ଯେତେ ଡେରି ହୋଇଥାଏ ଯନ୍ତ୍ରଣା ସେତିକି ମାତ୍ରାରେ ବଢିଥାଏ । ତେଣୁ ଶୀଘ୍ର ଚିହ୍ନଟ ହେଉଛି ଆରୋଗ୍ୟ । ବର୍ତମାନ ଅତ୍ୟାଧୁନିକ ଉପାୟରେ କର୍କଟର ଚିକିତ୍ସା କରାଯାଉଥିବାରୁ ଏହା କିଛି ମାତ୍ରାରେ ଯନ୍ତ୍ରଣାଦାୟକ ହୋଇଥାଏ ।

କର୍କଟ ଅର୍ଥ ମୃତ୍ୟୁ :

ଏହା ସବୁ ଠାରୁ ବଡ ଭ୍ରମ । କୌଣସି ବି ରୋଗର ଅର୍ଥ ମୃତ୍ୟୁ ହୋଇନଥାଏ ଯେତେବେଳେ କି ସେହି ରୋଗର ଚିକିତ୍ସା ସଠିକ୍ ଭାବରେ କରାଯାଇଥାଏ । ମାତ୍ର ଚିକିତ୍ସା ବିଳମ୍ବ କିମ୍ବା ସଠିକ୍ ଚିକିତ୍ସା ନହେବା ଦ୍ୱାରା ଛୋଟରୁ ଛୋଟ ରୋଗ ମି ମଣିଷଖୁ ମୃତ୍ୟୁ ମୁକରେ ପକାଇପାରେ । ତେଣୁ ଏହା ଆଦୌ ଭାବିବା ଉଚିତ୍ ନୁହେଁ କି କର୍କଟ ରୋଗର ଅର୍ଥ ହେଉଛି ମୃତ୍ୟୁ । କର୍କଟ ରୋଗ ଶୀଘ୍ର ନିର୍ଣ୍ଣୟ କରାଯାଇ ସଠିକ୍ ସ୍ଥାନରେ ଚିକିତ୍ସା କରାଗଲେ ନିୟନ୍ତ୍ରଣ କରାଯାଇପାରିବ । ଏଥିପାଇଁ କର୍କଟ ରୋଗୀଙ୍କୁ ଆଦୌ ଭୟ କରିବା ଉଚିତ୍ ନୁହେଁ ।

କର୍କଟ ଚିକିତ୍ସା ଅସୁସ୍ଥ ଓ ବିକଳାଙ୍ଗ କରିଦିଏ :

ବିଭିନ୍ନ କର୍କଟ ରୋଗର ଭାଇରୋଲୋଜି ବିଷୟରେ ଏକ ଉତ୍ତମ ବୁଝାମଣା ସହିତ, ବର୍ତ୍ତମାନ ପ୍ରଭାବଶାଳୀ ଚିକିତ୍ସା ପାଇଁ ଏକ ମଲ୍ଟିମୋଡାଲିଟି ପଦ୍ଧତି କରାଯାଉଛି । ଅଙ୍କୋଲୋଜିର ନୀତିକୁ ସାମ୍ନା ନକରି ଅସ୍ତ୍ରୋପଚାର ବର୍ତ୍ତମାନ ଅଧିକ ରକ୍ଷଣଶୀଳ ଅଟେ । ମାଇକ୍ରୋଭାସ୍କୁଲାର ପୁନଃ ନିର୍ମାଣ ସାଧାରଣ ଟିସୁକୁ ସଜାଡିବା ଏବଂ ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକୁ ହ୍ରାସ କରିବା ପାଇଁ ଅସ୍ତ୍ରୋପଚାର, କସମେଟିକ୍ ରୂପକୁ ଉନ୍ନତ କରିଛି । ସେହିଭଳି କେମୋଥେରାପି ଏବଂ ଅନେକ ନୂତନ ଔଷଧ ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ହ୍ରାସ କରିଛି । ତେଣୁ କର୍କଟ ରୋଗର ଚିକିତ୍ସା ବର୍ତ୍ତମାନ ଅଧିକ ସହନଶୀଳ ହୋଇପାରେ ।

କର୍କଟ ରୋଗୀ ପୁଣି ଜଣେ ସୁସ୍ଥ ମଣିଷ ଭଳି କାମ କରିପାରିବେ ନାହିଁ :

ଏହା କେବଳ ଏକ ଭ୍ରମ ଯେ କର୍କଟ ରୋଗୀ ପୁଣି ଜଣେ ସୁସ୍ଥ ମଣିଷ ଭଳି କାର୍ଯ୍ୟ କରିପାରିବେ ନାହିଁ । କର୍କଟ ରୋଗର ବିକାଶ କିମ୍ବା ତ୍ୱରାନ୍ୱିତ କରିବାରେ କାର୍ଯ୍ୟ କରିବା କୌଣସି ପ୍ରତିବନ୍ଧକ ନୁହେଁ । କର୍କଟ ରୋଗର ଚିହ୍ନଟ ଓ ତାର ସଠିକ୍ ସମୟରେ ଚିକିତ୍ସା ହିଁ ରୋଗୀକୁ ସୁସ୍ଥ ଓ ଦୀର୍ଘାୟୁ କରିଥାଏ ।

  • Tags:

Subscribe

National International State Sports Entertainment