ନାସାର ନଜର ଏବେ ଇସ୍ରୋର ଚନ୍ଦ୍ରଯାନ-୩ ଟେକନୋଲୋଜି ଉପରେ ଅଛି । ଚନ୍ଦ୍ରଯାନ-୩ରେ ବ୍ୟବହୃତ ହୋଇଥିବା ଯନ୍ତ୍ରପାତିକୁ ନାସା ମାଗୁଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । ପ୍ରଥମ ଦେଶ ଭାବେ ଜହ୍ନର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଚନ୍ଦ୍ରଯାନ-୩ ଇସ୍ରୋର ସଫଳ ଅଧ୍ୟାୟରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି । ଭାରତର ଅଭିବୃଦ୍ଧିକୁ ଏକ ବିରାଟ ମାଇଲେଜ ଦେଇଛି ଚନ୍ଦ୍ରଯାନ-୩ । ଏପରି ଏକ ସଫଳତାକୁ ପ୍ରଣାମ କରିବାକୁ ବାଧ୍ୟ ହୋଇଛି ପୁରା ବିଶ୍ବ । ଭାରତର ଶକ୍ତି ଆଗରେ ମୁଣ୍ତ ନୁଆଁଇଛନ୍ତି ବଡ଼ ବଡ଼ ଶକ୍ତି । ଆମେରିକାରେ ରକେଟ ମିଶନରେ ସାମିଲ ଥିବା ବିଶେଷଜ୍ଞମାନେ ଚନ୍ଦ୍ରଯାନ-୩ର ସ୍ପେସ୍ ଟେକ୍ନୋଲୋଜି ମାଗିଛନ୍ତି ବୋଲି ଇସ୍ରୋ ତରଫରୁ କୁହାଯାଇଛି ।
ବର୍ତ୍ତମାନ ସମୟ ବଦଳି ଯାଇଛି । ଭାରତ ଆଗ ପରି ଆଉ ଅନୁନ୍ନତ ପଛୁଆ ଦେଶ ହୋଇ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ବିଶ୍ବଗୁରୁ ଆସନରେ ବସିବାକୁ ଯାଉଛି । ଭାରତ ନିଜର ଜ୍ଞାନ କୌଶଳ ଦ୍ବାରା ସର୍ବୋତ୍ତମ ଉପକରଣ ନିର୍ମାଣ କରିବାରେ ସକ୍ଷମ ହୋଇପାରିଛି । ଏଣୁ ପୁରା ବିଶ୍ବର ନଜର ଭାରତର ଜ୍ଞାନ କୌଶଳ ଉପରେ ପଡ଼ିଛି । ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର। ଦେଶରେ ଜ୍ଞାନ ଏବଂ ବୁଦ୍ଧିର ସ୍ତର ବିଶ୍ୱରେ ସର୍ବୋତ୍ତମ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି । ଚନ୍ଦ୍ରଯାନ-୩ ନିର୍ମାଣ ସମୟରେ ନାସାର ବିଶେଷଜ୍ଞଙ୍କୁ ଡକା ଯାଇଥିଲା । ନାସାର JPL ସେକ୍ଟରରୁ ପ୍ରାୟ ୬ ଜଣ ବିଶେଷଜ୍ଞ ଆସିଥିଲେ । ସେମାନେ ଭାରତର ଚନ୍ଦ୍ରଯାନ-୩ର ନିର୍ମାଣ ଶୈଳୀ ଦେଖି ଅଭିଭୂତ ହୋଇଥିଲେ ।ବୈଜ୍ଞାନିକ ଉପକରଣ ଗୁଡ଼ିକୁ ଦେଖି ବିଶେଷଜ୍ଞମାନେ ଏତେ ଶସ୍ତାରେ ସେଗୁଡ଼ିକ କିପରି ନିର୍ମାଣ ହେଲା ବୋଲି ପ୍ରଶ୍ନ କରିଥିଲେ । ପରେ ପରେ ଆମେରିକା ସହ ବାଣ୍ଟିବାକୁ କହିଥିଲେ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।
ଅଧିକ ପଢ଼ନ୍ତୁ : ୨୦୩୬ ଅଲିମ୍ପିକ୍ସ ହୋଇପାରେ ଭାରତରେ ଆୟୋଜନ