ଯାଯପୁର : ରାଜ୍ୟରେ ସ୍ୱଚ୍ଛତାକୁ ନେଇ ଅନେକ ଅଭିଯାନ ହୋଇଛି । ସ୍ୱୟଂ ସହାୟକ ଗୋଷ୍ଠି ଠାରୁ ଆରମ୍ଭ କରି ସାମାଜସେବୀ ପର୍ଯ୍ୟନ୍ତ ଓଡ଼ିଶାକୁ ସ୍ୱଚ୍ଛ କରିବା ପାଇଁ ପ୍ରାୟାସ ଜାରି ରଖିଛନ୍ତି । ବର୍ତମାନ ଏହି ସ୍ୱଚ୍ଛ ଓଡ଼ିଶା ଅଗିଯାନରେ ଯୋଡି ହୋଇଛି ଆଉ ଏକ ନିଆରା ପ୍ରୟାସ ।
ଯାଯପୁର ଜିଲ୍ଲା ବ୍ୟାସନଗର ସ୍ୱଚ୍ଛତା ଦିଗରେ ଆଉ ପାଦେ ଆଗେଇଛି । ରାଜ୍ୟରେ ପ୍ରଥମ କରି କୌଣସି ସହରକୁ ସ୍ୱଚ୍ଛ କରିବା ସହିତ ମହିଳାଙ୍କୁ ରୋଜଗାର ଦେବା ଭଳି ଉଦାହରଣ ଏକା ସାଥିରେ ଦେଖିବାକୁ ମିଳିଛି ।
ବ୍ୟାସନଗରରେ ସହାରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରଥମ କରି ବ୍ୟାଟେରୀ ଚାଳିତ ଗାଡିର ବ୍ୟବହାର କରାଯାଉଛି । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଗାଡିର ଚାଳକ ଭାବରେ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି ।
ଏବେ ଯାଯପୁର ଜିଲ୍ଲାରେ ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରଥମ କରି ଏଭଳି ବ୍ୟବସ୍ଥା କରାଯାଇଛି । ଏହି ବ୍ୟାଟେରୀ ଚାଳିତ ଗାଡି ମାଧ୍ୟମରେ ମହିଳା ମାନେ ସହରର ସବୁ କୋଣରୁ ଶୁଖିଲା ଓ ଓଦା ଆବର୍ଜନା ପୃଥକ୍ ପୃଥକ୍ ଭାବରେ ସଂଗ୍ରହ କରିବା ସହିତ ଲୋକମାନଙ୍କୁ ମଧ୍ୟ ଏଣେତେଣେ ଅଳିଆ ନପକାଇବା ପାଇଁ ସଚେତନଚ କରୁଛନ୍ତି ।
ଏହି କାର୍ଯ୍ୟ ପାଇଁ ଯାଯପୁରର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠିରୁ୍ୱହିଳା ମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ତାଲିମ୍ ଦିଆଯାଇ ଏଥିରେ ନିୟୋଜିତ କରାଯାଇଛି । ଯାଯପୁର ପୌର ପ୍ରଶାସନର ଏଭଳି ପଦକ୍ଷପକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିବା ସହିତ ଏହି ସ୍ୱଚ୍ଛ ଓଡ଼ିଶା ଓ ସ୍ୱଚ୍ଛ ସହର କାର୍ଯ୍ୟକ୍ରମ ଜରିଆରେ ମହିଳା ମାନେ ମଧ୍ୟ ସ୍ୱାବଲମ୍ବୀ ହୋଇ ପାରିବାର ଉଦାହରଣ ସୃଷ୍ଟି ହୋଇଛି ।