ଝାରସୁଗୁଡାରୁ ଆଜି ଉଡିବ ବିମାନ, ସେବା ଆରମ୍ଭ କରିବ ସ୍ପାଇସ୍ ଜେଟ୍
Khabar Odisha:State-Development-Odisha-today-spice-jet-to-begin-its-service-from-jharsuguda-airport
ଝାରସୁଗୁଡା, ମାର୍ଚ୍ଚ ୩୧(ଖବର ଓଡିଶା):

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର, ଝାରସୁଗୁଡାରୁ ଆଜି ଠାରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ସ୍ପାଇସ୍ ଜେଟ ଦ୍ୱାରା ଝାରସୁଗୁଡାରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଶ ହୋଇସାରିଛି । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ତିନୋଟି ସହର ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ବିମାନ ଉଡିବ । 

ରବିବାର ଦିନ ସ୍ପାଇସ୍ ଜେଟ୍‌ର ପ୍ରଥମ ବିମାନ ଅପରାହ୍ନ ୩ଟା୪୦ରେ ଦିଲ୍ଲୀକୁ ଉଡାଣ ଭରିଭ, ଏହି ବିମାନର ସିଟ୍ ସଂଖ୍ୟା ୧୮୯ ରହିଛି । ଏହା ବ୍ୟତୀତ ସ୍ପାଇସ୍ ଜେଟ୍‌ର କ୍ୟୁ-୪୦୦ ମଡେଲର ଦୁଇଟି ବିମାନ ହାଇଦ୍ରାବାଦ୍ ଓ କୋଲକାତାକୁ ଉଡାଣ ଭରିବ । ଏହି ଦୁଇ ବିମାନର ସିଟ୍ ସଂଖ୍ୟା ରହିଛି ୭୮ । ଦ୍ୱିତୀୟ ବିମାନଟି ହାଇଦ୍ରାବାଦ୍ ପାଇଁ ଅପରାହ୍ନ ୪ଟା୧୦ରେ ଝାରସୁଗୁଡା ଛାଡିବାକୁ ଥିବା ବେଳେ ତୃତୀୟ ବିମାନଟି କୋଲକାତା ପାଇଁ ରାତି ୮ଟା୪୦ରେ ଉଡାଣ ଭରିବ । 

ଉଲ୍ଲେଖଯୋଗ୍ୟ ଆସନ୍ତା ମାର୍ଚ୍ଚ ୩୧ତାରିଖରୁ ଝାରସୁଗୁଡାରୁ ନିୟମିତ ବିମାନ ଉଡାଣ ଉଡିବ । ଝାରସୁଗୁଡାରୁ ଦେଶର 3ଟି ସ୍ଥାନ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ସ୍ପାଇସ ଜେଟର ବିମାନ ଉଡିବ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ଏସ.କେ.ଚୌହ୍ୱାନ ସୂଚନା ଦେଇଥିଲେ । ସ୍ପାଇସ ଜେଟର କର୍ତ୍ତୃପକ୍ଷ ଏନେଇ ଆଜି ଝାରସୁଗୁଡା ବିମାନ ବନ୍ଦର ପରିଦର୍ଶନ କରିଥିଲେ ।

ଝାରସୁଗୁଡା ବିମାନବନ୍ଦରକୁ କମର୍ସିଆଲ ବିମାନ ଚଳାଚଳ ପାଇଁ ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର ସରକାର । ଦେଶର ୬ଟି ସହରରକୁ ଝାରସୁଗୁଡାରୁ ବିମାନ ଚଳାଚଳ କରିବ । ଉଡାନ- ୩ ଯୋଜନାରେ ଝାରସୁଗୁଡା ବିମାନ ଚାଲିବ ।

Subscribe

National International State Sports Entertainment