ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀ ଗସ୍ତରେ ଆସୁଛନ୍ତି। ସେଥିପାଇଁ ରାଜଧାନୀରେ ଆସି ପହଞ୍ଚି ଯାଇଛନ୍ତି ସ୍ପେସିଆଲ ପ୍ରୋଟେକ୍ସନ ଗ୍ରୁପ ବା ଏସପିଜି ଟିମ। ଶନିବାର ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଁଞ୍ଚିଛନ୍ତି ଏସପିଜି ଟିମ। ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦର ଠାରୁ ସଭା ସ୍ଥଳୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ ଏହି ଟିମ। ଏହି ଟିମରେ ୮ ଜଣ ସଦସ୍ୟ ରହିଛନ୍ତି। ଆସନ୍ତାକାଲି ଏହା ସଭାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର ଗସ୍ତ ବେଳେ ସୁରକ୍ଷା ଭାର ସମ୍ଭାଳିବ ଏହି ଟିମ।
ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି। ଓଡିଶା ସରକାରଙ୍କର ନାରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ହିତାଧିକାରୀଙ୍କୁ ଯୋଗାଇ ଏହାର ଶୁଭାରମ୍ଭ କରିବେ।