ଚନ୍ଦ୍ରଯାନ-୩କୁ ନେଇ ପୁଣି ଏକ ତାଜା ଖବର ଆସିଛି। ଆସନ୍ତାକାଲି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିବାର କାର୍ଯ୍ୟସୂଚୀ ରହିଛି । ହେଲେ ସ୍ଥିତିକୁ ଦେଖି ଶେଷ ମୁହୂର୍ତ୍ତରେ ଲାଣ୍ଡିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇପାରେ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଇସ୍ରୋ ବୈଜ୍ଞାନିକଙ୍କ ଏକ ପ୍ରକାର ବ୍ୟାକଅପ ପ୍ଲାନ ଅଟେ। ଇସ୍ରୋର ସ୍ପେସ ଆପ୍ଲିକେସନ ସେଂଟରର ନିର୍ଦ୍ଦେଶକ ଏମ ଦେଶାଇ ଏହି ସୂଚନା ଦେଇଛନ୍ତି। ଯଦି ଲ୍ୟାଣ୍ଡିଂ ପାଇଁ ସ୍ଥିତି ଅନୁକୁଳ ନରୁହେ ତେବେ ଆସନ୍ତା ୨୭ ତାରିଖରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ କରାଯିବ। ଚନ୍ଦ୍ରର ବାୟୁମଣ୍ଡଳ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ସ୍ଥିତି ଉପଯୁକ୍ତ ଅଛି ନା ନାହିଁ ତଦାରଖ କରିବେ ବୈଜ୍ଞାନିକ | କୌଣସି ସମସ୍ୟା ଦେଖାଦେଲେ, ସେଥିରେ ଆଶଙ୍କା ହେଲେ ଲ୍ୟାଣ୍ଡିଂ ସ୍ଥଗିତ ରଖାଯିବ । ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ୨ ଘଂଟା ପୂର୍ବରୁ ନିଷ୍ପତି ନେବେ ଇସ୍ରୋ ବୈଜ୍ଞାନିକ। ପ୍ରତିକୂଳ ପରିସ୍ଥିତି ଥିଲେ ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡିଂ ଟାଳିଦିଆଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ଟଳିଲେ ପରବର୍ତ୍ତୀ ଅବତରଣ ପାଇଁ ତାରିଖ ସଂରକ୍ଷିତ କରାଯାଇଛି | ଅଗଷ୍ଟ ୨୭ ତାରିଖରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଯୋଜନା ରଖିଛନ୍ତି ଇସ୍ରୋ ବୈଜ୍ଞାନିକ | ଯଦି କୌଣସି ସମସ୍ୟା ସୃଷ୍ଟି ନହୁଏ ତେବେ ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ |