ଭୁବନେଶ୍ୱର: ଆଜି ଉଦ୍ଯାପିତ ହେବାକୁ ଯାଉଛି ପୋଲିସ ମହାନିର୍ଦେଶକଙ୍କ ମହାମେଳି ଡିଜି-ଆଇଜି ସମ୍ମିଳନୀ। ଆଜି ଡିଜି-ଆଇଜି ସମ୍ମିଳନୀର ତୃତୀୟ ତଥା ଅନ୍ତିମ ଦିନ। ପ୍ରଧାନମନ୍ତ୍ରୀ ଏହି ଅବସରେ ଉପସ୍ଥିତ ରହି ଗୁରୁତ୍ୱପୂର୍ଣ ବିଷୟ ଗୁଡିକ ଉପରେ ଆଲୋଚନା କରିବେ। ଏହି ସମାରୋହରେ ଯୋଗଦେବେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଆଭ୍ୟନ୍ତରୀଣ ସୁରକ୍ଷା ତଥା ଆଇନ ସୁରକ୍ଷା ଉପରେ ଚର୍ଚ୍ଚା ହେବ ।
ଆଜି ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତର ତୃତୀୟ ଦିନ। ସାଇବର ଅପରାଧ, ମାଓ ମୁକାବିଲା, ଅନୁପ୍ରବେଶକାରୀ ଓ ନିଶା କାରବାର ଉପରେ ଗଭୀର ଆଲୋଚନା କରାଯିବ। ତେବେ ଶୁକ୍ରବାର ପ୍ରଧାନମନ୍ତ୍ରୀ ତିନି ଦିନିଆ ଓଡିଶା ଗସ୍ତରେ ଆସିଥିଲେ। ତାଙ୍କ ସହିତ ଗୃହ ମନ୍ତ୍ରୀ ଅମିତ ଶାହା ଓ ଏନଏସଏ ଅଜିତ ଡୋଭାଲ ଓଡିଶା ଆସି ପହଞ୍ଚି ଥିଲେ। ଶୁକ୍ରବାର ଠାରୁ ସୂଚନା ଓ ଲୋକ ସମ୍ପର୍କ ଭବନ ଠାରେ ଆଜି ଡିଜି-ଆଇଜି ସମ୍ମିଳନୀ ଉଦ୍ଘାଟିତ ହୋଇଥିଲା। ଗୃହମନ୍ତ୍ରୀ ଅମିତ ଶାହା ଏହି ସମ୍ମିଳନୀର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା କରିଥିଲେ।