ମହାକାଶରେ ନୂଆ ଇତିହାସ ରଚିଛି ଭାରତ। ସବୁଠି ଏବେ ଭାରତର ଜୟ ଜୟକାର। ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋ ଏବଂ ଭାରତକୁ ଏବେ ସାରା ବିଶ୍ୱରୁ ଅଭିନନ୍ଦନର ସୁଅ ଛୁଟୁଛି। ଦୀର୍ଘ ୧୫ବର୍ଷ ପରେ ଇସ୍ରୋ ମିଶନମୁନରେ ସଫଳତା ହାସଲ କରିଛି। ଭାରତର ଚନ୍ଦ୍ରଯାନ-୩ ଆଜି ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଛି। ଆମ ଚନ୍ଦ୍ରଯାନ-୩ ସଫଳତାପୂର୍ବକ ଚନ୍ଦ୍ରର ଦକ୍ଷିଣ ପାଶ୍ୱରେ ଲ୍ୟାଣ୍ଡ କରିସାରିଛି। ଚନ୍ଦ୍ରଯାନ -୩ ଖୁବ ଭଲ ଭାବରେ ନିଜ କାମ କରିସାରିଛି। ଆଜି ଚନ୍ଦ୍ର ଭାରତର ହାତ ମୁଠାରେ ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ପାକିସ୍ତାନୀ ଜନତାଙ୍କ ପ୍ରତିକ୍ରିୟା। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଆଗରୁ ଯେଉଁମାନେ ଥଟା କରୁଥିଲେ ଏବେ ସେମାନଙ୍କୁ ଲାଗିଛି ବଡ ଝଟକା।
ସୂଚନା ଥାଉ କି, ଭାରତ ୨୦୧୯ରେ ଯେବେ ଚନ୍ଦ୍ରଯାନ-୨ ମିଶସ ଲଞ୍ଚ କରିଥିଲା। ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପୂର୍ବରୁ ଫେଲ ହୋଇଯାଇଥିଲା। ସେତେବେଳେ ପାକିସ୍ତାନୀ ଜନତାଙ୍କ ସହ ନେତାମାନେ ମଧ୍ୟ ଭାରତକୁ ଥଟ୍ଟା କରୁଥିଲେ। ପାକିସ୍ତାନର ତତ୍କାଳୀନ ଆଇଟି ମନ୍ତ୍ରୀ କହିଥିଲେ ଯେ, ଯେଉଁ କାମ ଆସୁନାହିଁ ତାକୁ ଭାରତ କାହିଁକି କହୁଛି। କିନ୍ତୁ ଭାରତ କାହା କଥା ଶୁଣିନଥିଲା। ପରେ ଚନ୍ଦ୍ରଯାନ-୩ ପ୍ରସ୍ତୁତ କରିଥିଲା। ଯେଉଁଥି ପାଇଁ ଏବେ ଶତ୍ରୁମାନଙ୍କ ପାଟି ଚୁପ ହୋଇଯାଇଛି | ସତେ ଯେପରି ସେମାନଙ୍କ ଉପରେ ଦୁଃଖର ପାହାଡ ପଡିଯାଇଛି। କେବଳ ସେତିକି ନୁହେଁ, ସେମାନଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ଜଣାପଡିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏକ ଭିଡିଓରେ ପାକିସ୍ତାନର ଜନତା ଚନ୍ଦ୍ରଯାନ-୩ର ସଫଳତା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହି ଭିଡିଓରେ ଜଣେ ପାକିସ୍ତାନୀ କହିଛନ୍ତି କି, "ଆମେ ଭାରତ ଠାରୁ ୧୦୦ ବର୍ଷ ପଛରେ ଅଛୁ। ଆଜିଠାରୁ ବୋଧେ ୧୦୦ ବର୍ଷ ପରେ ଆମର ସାଟେଲାଇଟ ଅନ୍ତରିକ୍ଷକୁ ଯାଇପାରେ। ତଥାପି ଏହାର ମଧ୍ୟ ଆଶା ରଖିବା ଭୁଲ ହୋଇପାରେ। କାହିଁକି ନା ଆମ ସରକାର ନିଜ ନିଜ ଭିତରେ ମାଡପିଟ ହଉଛନ୍ତି। ଜନତାଙ୍କର କଥା ବୁଝିବ କିଏ ? ପାକିସ୍ତାନରେ ବଢ଼ୁଥିବା ମହଙ୍ଗା ପାଇଁ ଅର୍ଥ ଖର୍ଚ୍ଚ ହେବାରେ ଲାଗିଛି। ଲୋକେ କିପରି ବଞ୍ଚିବେ ତାହା ଏବେ ଚିନ୍ତାର ବିଷୟ। ଏଭଳି ପରିସ୍ଥିତିରେ ପାକିସ୍ତାନ ଟେକ୍ନୋଲୋଜି ବିଷୟରେ ଭାବିବାଟା ହିଁ ଭୁଲ"। ସେହିଭଳି, ଆଉ ଜଣେ ବ୍ୟକ୍ତି କହିଛନ୍ତି କି ଭାରତ ଏଜୁକେସନରେ ମଧ୍ୟ ଖୁବ ଆଗରେ। ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ସମୟ ଆଉ ପରିଶ୍ରମ କେବେ ବୃଥା ଯାଏନା। ଯାହା ଆମ ଭାରତୀୟମାନେ ଦେଖାଇପାରିଛନ୍ତି ।