ବଦଳିବ ଓଡ଼ିଶାର ଚିତ୍ର : ପ୍ରତିଷ୍ଠା ହେବ ଆଉ ୧୨ଟି ନୂଆ ଶିଳ୍ପାଞ୍ଚଳ
Khabar Odisha:Odishas-image-to-change-12-more-new-industries-to-be-set-up

ଭୁବନେଶ୍ୱର : ଗୋଟିଏ ପଟେ ଓଡ଼ିଶାର ଶିଳ୍ପ ଭିତିଭୂମି ସଙ୍କଟାପନ୍ନ ହେଉଥିବା ବେଳେ ଅନ୍ୟ ପଟେ ପୁଣି ରାଜ୍ୟରେ ନୂଆ ୧୨ଟି ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିବାର ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବର୍ତମାନ ରାଜ୍ୟରେ ୧୨ ଟି ନୂଆ ଶିଳ୍ପାଞ୍ଚଳ ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶାର ଚିତ୍ର ବଦଳିପାରେ ଆଶା କରାଯାଇପାରେ ।

ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା ଅନୁଯାଇ ଏହି ୧୨ ଟି ନୂଆ ଶିଳ୍ପ ପାଇଁ ରାଜ୍ୟର ୮ ଟି ଜିଲ୍ଲାରେ ଇଡୋକୋ ଦ୍ୱାରା ଜମି ଗ୍ରହଣ କରାଯାଇଛି । ଖୋର୍ଦ୍ଧା, ଭଦ୍ରକ୍‌, ଜଗତସିଂହପୁର, ରାୟଗଡା, ଅନୁଗୋଳ, ଯାଜପୁର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ଏହି ୧୨ଟି ଶିଳ୍ପ ପ୍ରତିଷ୍ଠା ହେବା ପାଇଁ ଜମି ଅଧି ଗ୍ରହଣ ହୋଇଛି ।

ଖୋର୍ଦ୍ଧାରେ ୩ଟି ନୂଆ ଶିଳ୍ପାଞ୍ଚଳ ପାଇଁ ୮୫୧ ଏକର ଜମି ଅଧିଗ୍ରହଣ ହୋଇଥିବା ବେଳେ ଏଥିରୁ କେବଳ ଜଟଣୀର ୧୦ଟି ଗାଁରୁ ୬୮୪ ଏକର ଜମି ଇନଫୋଭ୍ୟାଲି ପାଇଁ ଅଧିଗ୍ରହଣ ହୋଇଛି ଓ ସେପଟେ ଡେରାସ ଅଞ୍ଚଳରେ ସି ଫୁଡ୍ ପାର୍କ ପାଇଁ ୧୨୦ ଏକର ଜମି ଅଧିଗ୍ରହଣ କରାଯାଇଛି ।

ଅନ୍ୟପଟେ ଭଦ୍ରକ୍ ଜିଲ୍ଲାର ଭଣ୍ଡାରି ପୋଖରୀ , ଅନୁଗୋଳ ଜିଲ୍ଲାର ବଅଁରପାଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଜଗତସିଂହପୁର ସଦର, ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା, ଝାରସୁଗୁଡା ଜିଲ୍ଲାର କୋଲାବିରା ଓ ରାୟଗଡା ଜିଲ୍ଲାର ବୁରୁଜୁଗୁଡା ଓ ଗୁଣୁପୁରରେ ଏହିଭଳି ଭାବରେ ୧୨ଟି ନୂଆ ଶିଳ୍ପାଞ୍ଚଳ ପାଇଁ ମୋଟ୍ ୮ଟି ଜିଲ୍ଲାରେ ୧୦ଟି ଅଞ୍ଚଳରେ ଜମିଅଧିଗ୍ରହଣ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ରାଜ୍ୟରେ ପୂର୍ବରୁ ଏହି ଭଳି ଭାବରେ ଅନେକ ଶିଳ୍ପର ଭିତିପ୍ରସ୍ତର ସ୍ଥାପନା ହୋଇଛି ତ ଆଉ କୋଉଠି ଶିଳ୍ପ ପାଇଁ ଜମି ଅଧିଗହଣ ମଧ୍ୟ କରାଯାଇଛି ହେଲେ ସେସବୁ ଅବସ୍ଥା ସୁଧୁରୁନଥିବା ବେଳେ ରାଜ୍ୟ ସରକାରଙ୍କ ଆଉ ନୂଆ ୧୨ଟି ଶିଳ୍ପର ସ୍ୱପ୍ନ କେବେ ପୂରଣ ହେବ ତାହା ତ ସମୟ ହିଁ କହିବ ।

  • Tags:

Subscribe

National International State Sports Entertainment