Khabar Odisha:24/5/2023
ଏଣିକି ଗାଁକୁ ଗଡ଼ିବ ମୋ ବସ । ବ୍ଲକରୁ ପଞ୍ଚାୟତକୁ ଚାଲିବ ମୋ ବସ ସେବା। ପଞ୍ଚାୟତରେ ପରିବହନ ସେବା ବୃଦ୍ଧି ପାଇଁ "ଲକ୍ଷ୍ମୀ" ସ୍କିମ ମାଧ୍ୟମରେ ବସ ସେବା ଆରମ୍ଭ ହେବ। ଏନେଇ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଚନ୍ତି। ପ୍ରଥମ ପର୍ଯ୍ୟାୟରେ ୬ ଟି ଜିଲ୍ଲାରେ ଆରମ୍ଭ ହେବ ମୋ ବସ ସେବା। ଅବିଭକ୍ତ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି,କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ସେବା ଆରମ୍ଭ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାୟତରେ ମୋ ବସ ଚାଲିବ ।