ଅଳସୀ କ୍ଷେତରେ ମହୁବାକ୍ସ ଲଗାଇ କୋରାପୁଟ ଚାଷୀ ଅମଳ କରୁଛି ବାର୍ଷିକ ୨୫ ଟନ ମହୁ
Khabar Odisha:Koraput-farmers-harvest-25-tonnes-of-honey-annually-by-planting-honey-boxes-in-innovation-way

କୋରାପୁଟ, ଜାନୁଆରୀ ୧୫ (ଖବର ଓଡ଼ିଶା) : ଜଳବାୟୁ କୋରାପୁଟ କୁ ଅନନ୍ୟ କରି ଗଢିତୋଳିଛି । ଏଠାରେ ଶୀତ ର ଶିତଳତା ଟିକେ ଅଧିକ ଯୋଗୁଁ ବର୍ଷସାରା ବିଭିନ୍ନ ପ୍ରକାର ଫୁଲ ଫୁଟିଥାଏ । କୋରାପୁଟ ଚାଷୀ ବହୁଳ ଭାବେ ଅଳସୀ ଚାଷ କରୁଥିବାରୁ ଶୀତ ଋତୁରେ ଅଳସୀ କ୍ଷେତନିକଟରେ ଦଳ ଦଳ ମହୁମାଛି ଘୁରି ବୁଲନ୍ତି । ଆଉ ଚାଷୀମାନେ ଏହାର ଫାଇଦା ନେବାକୁ ଜମି ନିକଟରେ ବସାଇଛନ୍ତି ମହୁବାକ୍ସ

କୋରାପୁଟ ଜିଲ୍ଲାର ନନ୍ଦପୁର, ସେମିଳିଗୁଡା, କୋରାପୁଟ, ଏବଂ ଲକ୍ଷ୍ମୀପୁର ସମେତ ପଟାଙ୍ଗି ବ୍ଲକର କିଛି ଅଂଶରେ ମହୁଚାଷ ହୋଇଥାଏ । ଜିଲ୍ଲାରେ ୧୦ ରୁ ଅଧିକ ବଡ଼ ମହୁଚାଷୀ ଙ୍କ ସମେତ ଅଢ଼େଇ ଶହ ଛୋଟ ଛୋଟ ଚାଷୀ ମହୁ ଅମଳ ସହିତ ଜଡିତ ଅଛନ୍ତି । 

ସର୍ବୋଦୟ ସମିତି ଓ ଖଦୀ ବୋର୍ଡ କୋରାପୁଟ ମହୁ କିଣି ତାର ପ୍ୟାକେଜିଙ୍ଗ କରି ବଜାରକୁ ଛାଡ଼ନ୍ତି । ନିତାଇ ନାମକ ଜଣେ ମହୁଚାଷୀ ୩୫୦ ଟି ମହୁବାକ୍ସ ରଖି ବର୍ଷକୁ ୩ ରୁ ୪ ଲକ୍ଷ ଟଙ୍କା ରୋଜଗାର କରୁଥିବା କହନ୍ତି । ବର୍ଷା ଓ ଖରାଦିନ କୁ ଛାଡିଦେଲେ ଅବଶିଷ୍ଠ ୬ ମାସ ଏଠାରେ ବିଭିନ୍ନ ଫୁଲ ଫୁଟୁଥିବାରୁ ମହୁବାକ୍ସ ଜରିଆରେ ଜଣେ ନିଜର ଜୀବିକା କୁ ନିଶ୍ଚିତତା କରିପାରିବ ।

  • Tags:

Subscribe

National International State Sports Entertainment