ଭୁବନେଶ୍ୱର: ରାସ୍ତାକଡ଼ରେ ବିକ୍ରି ହେଉଥିବା ବିଭିନ୍ନ ଷ୍ଟ୍ରୀଟ ଫୂଡ଼ ଓ ଫାଷ୍ଟ ଫୂଡ଼ ନିମନ୍ତେ ଜାରି ହୋଇଛି ନୂଆ ଗାଇଡଲାଇନ। ରାସ୍ତାକଡ଼ର ମନଲୋଭା ଖାଦ୍ୟର ସ୍ୱଛତା ଓ ପରିମଳ ପାଇଁ ଭୁବନେଶ୍ୱର ମହାନଗର ନିଗମ ଆଣିଛି ନୂଆ ଗାଇଡଲାଇନ। ଖାଦ୍ୟ ତିଆରି ତଥା ପରଷିବା ବେଳେ ଖାଦ୍ୟର ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ସହ ନିର୍ଦିଷ୍ଟ ନିୟମର ପାଳନ କରିବାକୁ ନିର୍ଦେଶ ଦେଇଛି ବିଏମସି। ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଖାଦ୍ୟ ପରଷିବା ସମୟରେ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ ର ବ୍ୟବହାର ଉପରେ ରୋକ ଲାଗାଇଛି ବିଏମସି। ବିଶେଷତଃ ଟିଫିନ ଷ୍ଟଲ, ଚା ଦୋକାନ ଗୁଡିକରେ ପ୍ଲାଷ୍ଟିକ ଚା କପ ଓ ପ୍ଲେଟର ବ୍ୟବହାରକୁ ବାରଣ କରାଯାଇଛି। ଏହା ସହିତ ଖାଦ୍ୟ ବ୍ୟବସାୟୀଙ୍କ ନିମନ୍ତେ ଫୂଡ଼ ଲାଇସେନ୍ସ ବାଧ୍ୟତାମୂଳକ ବୋଲି କୁହାଯାଇଛି।
ଜାରି ହୋଇଥିବା ନିୟମାବଳୀ ଗୁଡିକ ହେଲା
-ଫୂଡ଼ ଲାଇସେନ୍ସ ବା ଖାଦ୍ୟ ଅନୁମୋଦନ ପତ୍ର ବାଧ୍ୟତାମୂଳକ
-ଏକକ ପ୍ଲାଷ୍ଟିକ ବ୍ୟବହାରକୁ ନା
-ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଧ୍ୟାନ
-ଚା କପ ବ୍ୟବହାରକୁ ନା
-ଖାଦ୍ୟ ପରଷିବା ବେଳେ ମୁଣ୍ଡକୁ ଘୋଡାଇବା, ହାତରେ ଗ୍ଲୋବସର ବ୍ୟବହାର କରିବା
-ପ୍ଲେଟରେ ଅଏଲ ପେପର ପକାଇ ଖାଦ୍ୟ ପରଷିବାକୁ ବାରଣ
-ପରିଛନତା ଅଭ୍ୟାସ କରିବାକୁ ନିର୍ଦେଶ
-ବସିଖାଦ୍ୟ ବିକ୍ରି ଉପରେ କଟକଣା
-ଦୋକାନ ଭିତରେ ତଥା ବାହାରେ ପରିସ୍କାର ଓ ପରିଛନତା ରଖିବାକୁ ନିର୍ଦେଶ
-ଭିଡ ପରିଚାଳନାକୁ ନିର୍ଦେଶ
-ଅଳିଆ ଆବର୍ଜନା ପରିଚାଳନା ନିମନ୍ତେ ଓଦା ଓ ଶୁଖିଲା ଦୁଇଟି ଡଷ୍ଟବିନ ରଖିବାକୁ ନିର୍ଦେଶ