ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ତଳଗାଁ ପଂଚାୟତ ଖଲି ଗୋଦାମ କାର୍ଯ୍ୟାଳୟ ଠାରେ ନାବାର୍ଡ, ଓଡିଶା ସହାୟତା କ୍ରମେ ପିସଫୁଲ ସୋସାଇଟି, ମାଧପୁର ଆୟୋଜନରେ ତଳଗାଁ ଅଞ୍ଚଳର ମହିଳା ଛେଳିଚାଷୀ ମାନଙ୍କୁ ଏକ ତାଲିମ ଶିବିର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠି, ଡି ଡି ଏମ ନାବାର୍ଡ, ସତ୍ୟ ସ୍ୱରୂପ ବିଦାନ୍ତ, ଗୋଷ୍ଟୀ ପ୍ରାଣୀ ଚିକତ୍ସା ଅଧିକାରୀ ଡ଼ା ବୀରେନ୍ଦ୍ର କୁମାର ପୃଷ୍ଟି, ତଳଗାଁ ସରପଞ୍ଚ ପ୍ରତିମା କଂହର, ଆର୍ଟ ଅଫ ଲିଭିଙ୍ଗ ଶିକ୍ଷକ ବରୁଣ କୁମାର ମହନ୍ତ, ସାଲୁଙ୍କି କମ୍ପାନୀ ସି ଇ ଓ କୃତ୍ତିବାସ ପଲିଆ, ଯୋଗଦେଇ ଛେଳି ଚାଷ ସମ୍ବନ୍ଧିୟ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସହକାରୀ ଗୋଷ୍ଠୀ ପଶୁ ଚିକିତ୍ସା ଅଧିକାରୀ ଡା ବିଭୁତି ପଣ୍ଡା ତାଲିମ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପିସଫୁଲ ସୋସାଇଟିର ସମ୍ପାଦିକା ମଞ୍ଜୁଲତା ଦାସ ପରିଚାଳନା କରିଥିଲେ। ଏହି ଅବସରରେ ମାଟିମା ଓ ବାଣୀଶ୍ରୀ କୃଷକ ଉତ୍ପାଦକ କଂପାନୀ ପରିଚାଳନା କମିଟି ବୈଠକ ଡ଼ିଡ଼ିଏମଙ୍କ ଉପସ୍ଥିତିରେ କଂପାନୀ ଆୟ ଓ ବ୍ୟୟ ହିସାବ ସହିତ ଆସନ୍ତା ଦିନରେ ହେବାକୁ ଥିବା ବିଭିନ୍ନ ବ୍ୟବସାୟ ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କମ୍ପାନୀର ସମସ୍ତ ନିର୍ଦ୍ଦେଶକ ସହିତ ଶମ୍ଭୁ ପ୍ରଦାଦ ମୁଣ୍ଡା, କୌଶଲ୍ୟା ମଲ୍ଲିକ, ଭଗବାନ ସାହୁ ପ୍ରମୁଖ ସହଯୋଗ କରିଥିଲେ।