ଶିକାରକୁ ରୋକିବା ପାଇଁ ବନ ବିଭାଗର ନୂଆ ପଦକ୍ଷେପ
Khabar Odisha:Forest-departments-new-initiative-to-prevent-poaching
Khabar Odisha:24/04/2023

    ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ମୟୂରଭଞ୍ଜ ବନ ବିଭାଗ ଏକ ବଡ଼ ପଦକ୍ଷେପ ନେଇଛି। ଏବେ ୧୦୦ରୁ ୧୨୦ କିଲୋମିଟର ଯାଏଁ ଚାଲି ଚାଲି ପ୍ରେଟ୍ରୋଲିଂ କରିବେ ଫରେଷ୍ଟ ଗାର୍ଡ । ପୂର୍ବରୁ  ଫରେଷ୍ଟ ଗାର୍ଡ ମାତ୍ର ୧୫ କିମି ଚାଲିକି ପ୍ରେଟ୍ରୋଲିଂ କରୁଥିଲେ । ସେହିଭଳି ଏବେଠାରୁ ACF ମାନେ ମାସକୁ ୩୦ କିଲୋମିଟର ଚାଲିବେ । ତେବେ ନୂଆ RCCF ନିଯୁକ୍ତି ହେବା ପରେ ଏହି ନିୟମରେ ପରିବର୍ତ୍ତନ ହୋଇଛି । ନିୟମ ନ ମାନିଲେ ପ୍ରଥମ ମାସ କାରଣ ଦର୍ଶାଓ ନୋଟିସ ହେବ ଏବଂ ଦ୍ୱିତୀୟ ମାସ ସମାନ ଭୁଲ କଲେ ଦରମା ବନ୍ଦ କରାଯିବାର ବ୍ୟବସ୍ଥା ରହିଛି । ପ୍ରେଟ୍ରୋଲିଂ କଡାକଡି କରିବାକୁ ସ୍ଵତନ୍ତ୍ର ଆପ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି । ଏହି ନିୟମ ବାରିପଦା RCCF ଅଧୀନରେ ଥିବା ସମସ୍ତ ବନଖଣ୍ଡରେ ଲାଗୁ କରାଯାଇଛି  । 

Subscribe

National International State Sports Entertainment