ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି, ଭିନ୍ନକ୍ଷମଙ୍କ ପାଇଁ ସହାୟକ ଯନ୍ତ୍ର ନିମନ୍ତେ ପରିକ୍ଷଣ ଶିବିର। ଏହି ଶିବିରରେ ୫୦୭ ଜଣ ପଞ୍ଜିକରଣ କରିଥିଲେ। ଶିବିରଟି ଆର୍ଟିଫିସିଆଲ ଲିମ୍ବସ ମାନୁଫାକଚରିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ବା ଆଲିମକୋ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଥିଲା। ଏହି ଶିବିରରେ ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ସହାୟକ ଉପକରଣ ଯଥା ବ୍ୟାଟେରୀ ଚାଳିତ ତିନି ଚକିଆ,ସାଇକେଲ, ହୁଇଲ ଚେୟାର, ଶ୍ରବଣ ଯନ୍ତ୍ର, ଆଶା ବାଡ଼ି ଏବଂ ଦୃଷ୍ଟି ହୀନଙ୍କ ପାଇଁ ବିଭିନ୍ନ ପ୍ରକାରର ସହାୟକ ଉପକରଣ ଏବଂ କୃତିମ ଅଙ୍ଗ ପ୍ରତଙ୍ଗ ଯୋଗାଣ ପାଇଁ ଆଲିମକୋର ପ୍ରଫେସର ମାନଙ୍କ ଦ୍ୱାରା ଚୟନ କରାଯାଇଥିଲା। ଦୁଇ ମାସ ରୁ ତିନି ମାସ ଭିତରେ ଏହି ଉପକରଣ ବଣ୍ଟା ଯିବାର ବ୍ୟବସ୍ତା ମଧ୍ୟ କରାଯାଇଛି। ଏହି ଶିବିରଟି ଜିଲ୍ଲା ପ୍ରଶାସନ ଓ ବାଙ୍ଗରିପୋଷୀ ବ୍ଲକ ପ୍ରଶାସନ ଏବଂ ଆଲିମକୋ ଦ୍ୱାରା ପରିଚାଳିତ ହୋଇଥିଲା।