ଟୀକାକରଣକୁ ନେଇ ଆଉ ପାଦେ ଆଗକୁ ବଢିଲା କୋଭାକ୍ସିନ୍‌, ନାଜାଲ୍ ଭ୍ୟାକ୍ସିନ୍ ଟ୍ରାଏଲ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍‌
Khabar Odisha:Covaxin-takes-another-step-forward-in-vaccination-Bharat-Biotech-seeks-permission-for-nasal-vaccine-trial

ନୂଆଦିଲ୍ଲୀ, ଜାନୁଆରୀ ୯ (ଖବର ଓଡ଼ିଶା) : ଦେଶରେ ଦୁଇଟି ଟୀକାକୁ ଅନୁମୋଦନ ମିଳିବା ପରେ ଦେଶବ୍ୟାପୀ ଟୀକାକରଣକୁ ନେଇ ପୂର୍ବ ପ୍ରସ୍ତୁତି ଜାରି ରହିଛି । ତେବେ ଅନୁମତି ମିଳିଥିବା ଦୁଇଟି ଟୀକା କୋଭାକ୍ସିନ୍ ଓ କୋଭିସିଲ୍ଡ କୁ ବାହୁରେ ଦେବା ପାଇଁ ଅନୁମତି ମଳିଥିବା ବେଳେ ବର୍ତମାନ୍ ଟୀକାକରଣକୁ ନେଇ ଆଉ ପାଦେ ଆଗେଇଛି କୋଭାକ୍ସିନ୍।

ବର୍ତମାନ କୋଭାକ୍ସିନ୍ ର ନାଜାଲ ଟ୍ରାଏଲ ପାଇଁ ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ୍ ଡିଜିସିଆଇ କୁ ଅନୁମତି ମାଗିଛି । ଭାରତ ବାୟୋଟେକ୍ ର ସୂଚନା ଅନୁଯାଇ ବାହୁରେ ଦିଆଯାଉଥିବା ଟୀକା ଅପେକ୍ଷା ନାକରେ ଡ୍ରପ୍ ଆକାରରେ ଦିଆଯିବାକୁ ଥିବା ଟୀକା ଅଧିକ ପ୍ରଭାବଶାଳୀ । ଏବଂ ଅନୁମତି ମିଳିଲେ କୋଭାକ୍ସିନ୍ ର ନାଜାଲ ଟ୍ରାଏଲ୍ ଆରମ୍ଭ କରାଯିବା ସହିତ ଆଗକୁ ଦେଶବ୍ୟାପୀ ଟୀକାକରଣ ରେ ଏହା ଏକ ବଡ ଆଶା ସଂଚାର କରୁଛି ।

ତେବେ ଡିଜିସିଆଇ ଠାରୁ ଅନୁମତି ମିଳିବା ପରେ ପ୍ରଥମ ପର୍ଯ୍ୟାୟରେ ନାଗପୁର, ପୁଣେ , ହାଇଦ୍ରାବାଦ୍ ଓ ଭୁବନେଶ୍ୱର ଠାରେ ନାଜାର ଟ୍ରାଏଲ୍ ଆରମ୍ଭ କରାଯିବ ଏବଂ ଏହି ପରୀକ୍ଷଣ କେବଳ ୧୮ ରୁ ୬୫ ବର୍ଷ ବୟସର ସ୍ୱଚ୍ଛାସେବୀଙ୍କ ଉପରେ କରାଯିବ ।

  • Tags:

Subscribe

National International State Sports Entertainment