ଭୁବନେଶ୍ୱର: ଆଜି ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କ ରେ ସମୀକ୍ଷା କରିଛନ୍ତି ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ଏସ ଆର ସି ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମୁଦ୍ର କୁ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁନଥିବାରୁ ବହୁ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ବିଶେଷ କରି କୋରାପୁଟ ଓ ମାଲକାନଗିରି ଜିଲ୍ଲାବାସୀ ବର୍ଷା ଯୋଗୁଁ ଅଧିକମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଅନେକ ଜାଗାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଳବନ୍ଦୀ ସମସ୍ୟା ମଧ୍ୟ ଘଟିଛି। ଓଡରାଫ୍, ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ସହାୟତାରେ ଲୋକଙ୍କ ଅସୁବିଧାକୁ ତତ୍ପରତାର ସହ ଦୂର କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ରିଲିଫ ସାମଗ୍ରୀ ବ୍ୟାପକ ମାତ୍ରାରେ ମହଜୁଦ ରଖି ପ୍ରଭାବିତ ଲୋକଙ୍କୁ ଯୋଗାଇବାପାଇଁ ସେ କହିଥିଲେ।