ଭୁବନେଶ୍ୱର: ନର୍ସିଂ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ରାଜ୍ୟର ପ୍ରମୁଖ ୭ଟି ଜିଲ୍ଲାରେ ଖୋଲିବାକୁ ଯାଉଛି ନର୍ସିଂ କଲେଜ। ଯାଜପୁର, ବାଲେଶ୍ୱର, ବଲାଙ୍ଗିର, ପୁରୀ, କୋରାପୁଟ, ବାରିପଦା ଓ ତାଳଚେର ଆଦି ୭ଟି ମେଡିକାଲ କଲେଜ ପରିସରରେ ନର୍ସିଂ କଲେଜ ଖୋଲିବା ପାଇଁ ସ୍ଥିର କରାଯାଇଛି। କେନ୍ଦ୍ର ସରକାର ରାଜ୍ୟରେ ନର୍ସିଂ କଲେଜ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଡ୍ରାଫ୍ଟ ରିପୋର୍ଟ ମାଗିଥିଲେ। ରାଜ୍ୟ ସରକାର ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ରକୁ ପଠାଯାଇଛି। କେନ୍ଦ୍ର ସରକାର ଏହି କାର୍ଯ୍ୟ ପାଇଁ ପ୍ରତି କଲେଜ ପିଛା ୧୦କୋଟି ହିସାବରେ ୭୦ କୋଟି ଟଙ୍କାର ବଜେଟ ଅନୁମୋଦନ କରିଛନ୍ତି। ଏଥିନିମନ୍ତେ ନିମନ୍ତେ କେନ୍ଦ୍ରର ୬୦% ଅନୁଦାନ ରାଶି ପ୍ରଦାନ କରିବା ବେଳେ ରାଜ୍ୟ ସରକାର ୪୦% ଅନୁଦାନ ରାଶି ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଛି।