ଖବର ଓଡ଼ିଶା: ଉତ୍ତର ପ୍ରଦେଶ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଗତ କିଛି ମାତ ହେବ ନିଦ ହଜାଇ ଦେଇଥିବା ସାଇକୋ କିଲର୍ କୁ ପୋଲିସ ଧରିବାରେ ସଫଳ ହୋଇଛି । ଏହି ସାଇକୋ କିଲର୍ ୧୦ ମାସ ଭିତରେ ୬ ଜଣ ମହିଳାଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି ।
ଉତ୍ତର ପ୍ରଦେଶ ବରେଲୀ ଜିଲ୍ଲା ଶାହୀ କ୍ଷେତ୍ର ଥାନା ଅଞ୍ଚଳରେ ଗତ କିଛି ମାସ ଭିତରେ ମହିଳାଙ୍କୁ ହତ୍ୟା କରାଯାଉଥିଲା । ସମସ୍ତଙ୍କୁ ପ୍ରାୟ ସମାନ ଢଙ୍ଗରେ ହତ୍ୟା କରାଯାଉଥିଲା । ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଦିନରାତି ଏକ କରିଦେଇଥିଲା । ସ୍ଥାନୀୟ ଅଞ୍ଚଳରେ ପଚରା ଉଚରା କରିବା ପରେ ପୋଲିସ ଅଭିଯୁକ୍ତର ସ୍କେଚ୍ ପ୍ରସ୍ତୁତ କରିଥିଲା । ଏହି ସ୍କେଚ୍ ଆଧାରରେ ପୋଲିସ ସାଇକେ କିଲର୍ କୁ ଧରିବାରେ ସଫଳ ହୋଇଛି ।
ହତ୍ୟର ପ୍ରକୃତ କାରଣ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି । ନିଜ ସାବତ ମା ସହିତ ଅଭିଯୁକ୍ତ ବିବାଦ ଥିଲା । ଏହି କାରଣରୁ, ସେ ତାଙ୍କ ସାବତ ମା’ଙ୍କ ବୟସର ମହିଳାମାନଙ୍କୁ ଦେଖିଲେ ଏଥିରେ ତାଙ୍କ ସାବତ ମାଆ କଥା ମନକୁ ଆସୁଥିଲା । ଏହି ରାଗରେ ସେ ୬ ଜଣ ମହିଳାଙ୍କୁ ହତ୍ୟା କରିଛନ୍ତି । ଆଉ ସମସ୍ତଙ୍କୁ ସମାନ ଢଙ୍ଗରେ ହତ୍ୟା କରୁଥିଲା ବୋଲି ଜଣା ପଡ଼ିଛି ।