ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ଵର୍ଗତ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ସୋମବାର ଦୁଇ ଜଣ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଝାରସୁଗୁଡ଼ା ଏଡିଜେ କୋର୍ଟରେ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଦୁଇ ଡାକ୍ତର ଏସ ଯୋଜ ଏବଂ ଓପିଡି ଡାକ୍ତର ଡୋଳମଣି ତାଣ୍ଡିଙ୍କର ସାକ୍ଷୀ ଗ୍ରହଣ କରାଯାଇଛି । ନବ ଦାସଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା କରି ଭୁବନେଶ୍ୱରକୁ ରେଫର୍ କରିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୯ ଜାନୁୟାରୀ, ୨୦୨୩ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏକ ସଭାରେ ଯୋଗ ଦେବାକୁ ଯାଉଥିବାବେଳେ ତାଙ୍କର ପିଏସଓ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲା । ଗୋପାଳକୁ ତୁରନ୍ତ ଗିରଫ କରାଯାଇଥିଲା । ଏହି ଗୁଜୁରାଟ ଗାନ୍ଧୀ ନଗରରେ ଗୋପାଳର ନାର୍କୋ ଆନାଲିଟିକ୍ସ କରାଯାଇଥିଲା । ଏହି ମାମଲାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରିଥିବା ଦୁଇ ଜଣ ଡାକ୍ତରଙ୍କର ମଧ୍ୟ ଆଭାସୀ ମାଧ୍ୟମରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।