ରାୟଗଡ଼ା: ଓଡ଼ିଶା ସହାୟକ ଆରକ୍ଷୀ ବାହିନୀ (ଓଏପିଏଫ୍)ର ଜଣେ କନେଷ୍ଟବଳଙ୍କ ସନ୍ଦେହ ଜନକଭାବେ ମୃତ୍ୟୁ ହୋଇଛି । ମୃତକ ଜଣକଙ୍କ ହେଲେ ଗୌରୀ ପ୍ରସାଦ ତାଡିଙ୍ଗି । ରାୟଗଡ଼ା ବ୍ଲକ ପିତାମହଲ ଏବଂ ଜମାଦେଇପେଣ୍ଠ ରାସ୍ତାରେ ଏକ କପା କ୍ଷେତରୁ ଉଦ୍ଧାର କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ଗୌରୀ ପ୍ରସାଦ ଗତକାଲି ଡ୍ୟୁଟିକୁ ଆସିଥିଲେ । ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ପିତାମହଲ ନିକଟରେ ତାଙ୍କ ମୃତ ଦେହ ମିଳିଛି । ଖବର ପାଇବା ପରେ ଶେଷଖାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ରାୟଗଡ଼ା ଏସଡିପିଓ ଗୌରହରୀ ସାହୁ କହିଛନ୍ତି ଯେ ପୋଲିସ ତଦନ୍ତ କରୁଛି । କନଷ୍ଟେବଳଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ତଦନ୍ତ ଜାରି ରହିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସଡିପିଓ ।