ଭଡ଼ାଘରେ ଚାଲୁଥିଲା ଦେହ ବ୍ୟବସାୟ । ପଶ୍ଚିମବଙ୍ଗରୁ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଇ ମାଲାମାଲ ହଉଥିଲେ ଦଲାଲ । ଖବର ପାଇ ରାତି ଅଧରେ ଚଢ଼ାଉ କଲା ପୋଲିସ । ଘଟଣାରେ ତିନି ମହିଳା ଓ ତିନି ପୁରୁଷ ଥାନାରେ ଅଟକ ।
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଦିନକୁ ଦିନ ଦେହ ବ୍ୟବସାୟ ବଢ଼ିବାରେ ଲାଗିଥିବା ବେଳେ କିଛି ଦଲାଲ ପଶ୍ଚିମବଙ୍ଗରୁ ଯୁବତୀମାନଙ୍କୁ ଆଣି ଏଠାରେ ଏହି ହୀନ କାର୍ଯ୍ୟରେ ଲଗାଇ ବେଶ ମାଲାମାଲ ହେଉଥିଲେ । ଦଲାଲ ମାନେ ସୋର ଅଞ୍ଚଳର ବିଭିନ୍ନ ହୋଟେଲ ଓ ଭଡ଼ା ଘରେ ଏହି ସାମ୍ରାଜ୍ୟ ଗଠନ କରିଥିଲେ ।
ତବେ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ପରେ ମଙ୍ଗଳବାର ରାତିରେ ବିଶେଷ ସୂତ୍ରରୁ ଖବର ପାଇ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଏକ ଟିମ ସହିତ ପୌରାଞ୍ଚଳର ୧ ନମ୍ବର ୱାର୍ଡ ବଡ଼ଖୁରିର ଏକ ଭଡ଼ାଘରେ ଚଢ଼ଉ କରିଥିଲେ । ଚଢ଼ଉରେ ତିନିଜଣ ମହିଳା ଓ ତିନିଜଣ ପୁରୁଷଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରି ଥାନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଆଗାମୀ ଦିନରେ ଅନ୍ୟ ସ୍ଥାନ ଗୁଡ଼ିକରେ ଚଢ଼ଉ କରାଯାଇ ଘର ମାଲିକ ଓ ସମୃକ୍ତ ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ : ରାଜ୍ୟସଭା ନିର୍ବାଚନ: ବାଜିମାରିନେଲା ବିଜେପି