ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ହାତରେ କିଛି ପ୍ରମାଣ ମିଳିଥିବା ଅନୁମାନ କରାଯାଉଛି । ପୀତବାସଙ୍କ ହତ୍ୟା ମାମଲାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ଜେରା ଆରମ୍ଭ କରିଛି । ଅଟକଙ୍କ ମଧ୍ୟରେ ଜଣେ ସିଆଇଏସ୍ଏଫ୍ ଯବାନ । ଅନ୍ୟ କେଉଁ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ ।
ବ୍ରହ୍ମପୁର ପୋଲିସ ୬ ଟି ଟିମ୍ ଗଠନ କରିଛି, ଯେଉଁଥିରେ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ରହିଛନ୍ତି । ସହର ଭିତରେ, ବାହାରେ ଏବଂ ଜାତୀୟ ରାଜପଥରେ ଲାଗିଥିବା ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ସିସିଟିଭି ଫୁଟେଜକୁ ପୋଲିସ । ରାଜ୍ୟ ବାହାରକୁ ମଧ୍ୟ ଗୋଟିଏ ଟିମ୍ ଯାଇଛନ୍ତି ।
ଗତ ୬ ତାରିଖ ସୋମବାର ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରି ଫେରାର ହୋଇଯାଇଥିଲେ । ପୀତବାସଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ବାଇକରେ ଏମକେସିଜି ମେଡ଼ିକାଲକୁ ନେଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ତାଙ୍କୁ ଏକ 9 ଏମ୍ଏମ୍ ଦେଶୀ ବନ୍ଧୁକରେ ହତ୍ୟା କରାଯାଇଥିବା । ଶବବ୍ୟବଚ୍ଛେଦ ବେଳେ ତାଙ୍କ ଶରୀରକୁ ଉକ୍ତ ଗୁଳିକୁ ବାହାର କରାଯାଇଥିଲା । ପୀତବାସଙ୍କୁ ସୁପାରୀ ଦେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ତଥାପି ଘଟଣାକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି ପଡ଼ିଛି । ଏହା ବ୍ୟକ୍ତିଗତ ଶତ୍ରୁତା ନା ବୃତ୍ତିଗତ ଶତ୍ରୁତା ତାହା ସ୍ପଷ୍ଟ ହୋଇପାରିନାହିଁ ।