ବ୍ରହ୍ମପୁର ଗିରି ରୋଡ୍ ବର୍ବରତା ଘଟଣାରେ ଗୋଟିଏ ଦିନରେ ଦୁଇ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଜଣେ ଆତ୍ମସମର୍ପଣ କରିବା ପରେ ଆଉ ଜଣେ ଗିରଫ ହୋଇଛି । ଫଳରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଦିନେଶ ପଣ୍ଡା । ଟାଉନ ଥାନା ପୋଲିସ ଦିନେଶ ପଣ୍ଡାକୁ ଗିରଫ କରିଥିବା ସୂଚନା ମିଳିଛି ।
ଆଜି ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁର ସାନ ଭାଇ ଆଶିଷ କୁମାର ସାହୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।
ଉଲ୍ଲେଖ ଯୋଗ୍ୟ, ଗତ ୧୮ ତାରିଖ ରାତିରେ ଉମେଶ ନାମକ ଜଣେ ବ୍ୟକ୍ତିଙ୍କୁ ଅତି ଅମାନୁଷିକ ଭାବରେ ରାସ୍ତାରେ ମଝିରେ ମାଡ଼ ମରାଯାଇଥିଲା । ଉମେଶଙ୍କ ସହିତ ଥିବା ତାଙ୍କ ବାନ୍ଧବୀ ଅଟକାଇବାକୁ ଯାଇ ସିଏ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ମାମଲାରେ ମୋଟ ତିନି ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଗତକାଲି ରାତିରେ ପୋଲିସ ଏନକାଉଣ୍ଟର କରିଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ରାଜ ମଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ଗିରଫ କରାଯାଇଛି । ଗତକାଲି ବିଳମ୍ବିତରେ ପୋଲିସ ସହ ମୁହାଁମୁହିଁ ହେବା ପରେ ଅଭିଯୁକ୍ତ ମୁକେଶ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଏନକାଉଣ୍ଟର କରିଛି ।