ପୁରୀ, ଜୁନ ୧୮(ଖବର ଓଡିଶା):
ଧଳା ଜହରର ହବ ପାଲଟିଗଲାଣି ଓଡିଶା । ପୋଲିସ ବାରମ୍ବାର ଚଢାଉ କରି ଓଡିଶାର ବିଭିନ୍ନ ସ୍ଥାନରୁ ପ୍ରତିଦିନ ପୁଳା ପୁଳା ଟଙ୍କାର ବ୍ରାଉନସୁଗାର ଜବତ କରାଯାଉଛି । ସେହିପରି ପୁରୀ ପୋଲିସକୁ ଆଜି ବଡ ସଫଳତା ମିଳିଛି ।
ପୁରୀରୁ ଆଜି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ବ୍ରାଉନସୁଗାର ଜବତ କରିବା ସହିତ କିଙ୍ଗପିନକୁ ମଧ୍ୟ ପୋଲିସ ଗିରଫ କରିଛି ।
ସୂଚନା ଅନୁସାରେ, ଉତ୍ତରା ଛକ ନିକଟରେ ପିପିଲି ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ୯୭୮ ଗ୍ରାଉ ବ୍ରାଉନସୁଗାର ଜବତ କରିଛି । ଜବତ କରାଯାଇଥିବା ବ୍ରାଉନସୁଗାର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।