ଦିନକୁ ଦିନ ବଢ଼ି ଚାଲିଛି ମହିଳାଙ୍କ ପ୍ରତି ନିର୍ଯାତନା । ବାରମ୍ବାର ନିର୍ଯାତନା ଓ ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ଏକ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି କଟକ ଜିଲ୍ଲା ମଧୁପାଟଣା ଥାନା ଅଧୀନ ବାଲିସାହି ବସ୍ତି ଅଞ୍ଚଳରୁ । ତେବେ ଏହି ଦୁଷ୍କର୍ମ ଘଟଣାର ସତ୍ୟତା ନେଇ ଯାଞ୍ଚ କରୁଛି ପୋଲିସ । ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସେପଟେ ପୀଡିତାଙ୍କ ବୟାନ ରେକର୍ଡ ଆଧାରରେ ତଦନ୍ତ ଜାରି ରହିଥିବା ବେଳେ ଡାକ୍ତରୀ ମାଇନା ନିମନ୍ତେ ପୀଡିତାଙ୍କୁ ପଠାଯାଇଛି
ସୂଚନା ଅନୁସାରେ, ନାବାଳିକା ଜଣଙ୍କ ବୁଧବାର ଦିନ ଖେଳିବାକୁ ଯାଇଥିବାବେଳେ ତାଙ୍କୁ ଏକାକି ଦେଖି ୩ ଜଣ ଅଜଣା ଯୁବକ ତାଙ୍କୁ ନିଛାଟିଆ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଘରକୁ ଆସି ପିଡିତା ଜଣଙ୍କ ପରିବାରଲୋକଙ୍କ ଆଗରେ ସବୁ କଥା କହିଥିଲେ । ଏହାପରେ ପରିବାରଲୋକେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ । ଅନ୍ୟପଟେ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ସେପଟେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଠାବ କରାଯାଇ ପାରିନଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ଯାଞ୍ଚପ୍ରକ୍ରିୟା ଜାରି ରହିଛି ।
ଅଧିକ ପଢନ୍ତୁ : ହୃଦଘାତରେ ଆଖି ବୁଜିଲେ କବିତା ଚୌଧୁରୀ