ଭୁବନେଶ୍ୱର, ଜାନୁଆରୀ ୧୦(ଖବର ଓଡ଼ିଶା): ରାଜ୍ୟରେ ମାତିଛନ୍ତି ଚୋର ଓ ଠକ । ଭିନ୍ନ ଭିନ୍ନ ଉପାୟ ବାହାର କରି ଟଙ୍କା ହଡପ୍ କରିବାରେ ମାହିର ଏବେକାର ଅପରାଧୀ । କେତେବେଳେ ଭିନ୍ନ ପନ୍ଥା ଆପଣାଇ ଏଟିଏମ୍ ଳୁଟ୍ ତ ଆଉ କେତେବେଳେ ବ୍ୟାଙ୍କରୁ ଟଙ୍କା ଠକେଇ ।
ସେଭଳି ଏକ ମାମଲା ଏବେ ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ନକଲି ଆଧାରକାର୍ଡ, ପ୍ୟାନକାର୍ଡ ଓ ଅନ୍ୟାନ ଡକ୍ୟୁମେଣ୍ଟ ତିଆରି କରି ବିଭିନ୍ନ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀରୁ ଟଙ୍କା ଠକୁ ଥିଲେ ଯୁବକ ।
ଏଭଳି ଜାଲିଆତି କରି ଟଙ୍କା ଠକୁ ଥିବା ଯୁବକକୁ ଆଜି ମଞ୍ଚେଶ୍ୱର ଥାନା ପୋଲିସ୍ ଗିରଫ କରିଛି । ଯୁବକ ଜଚ୍ଚଙ୍କ ଅଡଶପୁର ଅଞ୍ଚଳର ହୋଇଥିବା ଜଣାପଡିଛି ।