କେନ୍ଦ୍ରାପଡା: ସାନ ଭାଇର ବେକ କାଟିଲା ବଡ ଭାଇ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବବକରପୁର ଗାଁରେ। ଗତକାଲି ରାତିରେ ଏହି ଗାଁର ଗଗନ ସାହୁଙ୍କର ବଡଭାଇ ବେକ କାଟିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସାନ ଭାଇ ଗଗନଙ୍କୁ ଗ୍ରାମବାସୀ ମାନେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପରିବାର ଲୋକଙ୍କ ପକ୍ଷରୁ ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗଳା କାଟିବାର କାରଣ ଅସ୍ପଷ୍ଟ ଥିବା ବେଳେ ବଡ ଭାଈକୁ ଅଟକ ରଖି ପଚରାଉଚରା କରୁଛି ମହାକାଳପଡ଼ା ପୋଲିସ। ଏନେଇ ମହାକାଳପଡ଼ା ପୋଲିସ କିମ୍ବା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।