ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ବେଶ୍ ସକ୍ରିୟ ରହିଛି । ଜଣକ ପରେ ଜଣେ ସରକାରୀ ଅଧିକାରୀଙ୍କୁ ଧରୁଛି ଭିଜିଲାନ୍ସ । ଏହି କ୍ରମରେ ଯୋଡ଼ି ହୋଇଛି ପୁଣି ଜଣେ ଅଧିକାରୀଙ୍କ ନାମ । ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଜୟପୁର ନଗର ନିଗମର ଭାରାପ୍ରାପ୍ତ ନଗରନିଗମ ଯନ୍ତ୍ରୀ ତଥା ଜୟପୁର ବ୍ଲକର ଅତିରିକ୍ତ ପର୍ଯ୍ୟବେକ୍ଷକ ଯନ୍ତ୍ରୀ ବିଶ୍ୱନାଥ ପାତ୍ର । ଜୟପୁର, ଗଞ୍ଜାମ ଏବଂ ଭୁବନେଶ୍ୱରରେ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।
ଆୟ ବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ଜୟପୁର ଅତିରିକ୍ତ ପର୍ଯ୍ୟବେକ୍ଷକ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ମଙ୍ଗଳବାର ଚଢ଼ଉ ଆରମ୍ଭ କରିଛି । ଜୟପୁରରେ ଥିବା ତୃତୀୟ ମହଲା ବିଶିଷ୍ଟ ଘର, ଜୟପୁରରେ ବ୍ଲକ୍ କାର୍ଯ୍ୟାଳୟ, ଜୟପୁର ମ୍ୟୁନିସିପାଲଟି କାର୍ଯ୍ୟାଳୟ, ଜୟପୁରରେ ଥିବା ତାଙ୍କ ସ୍ତ୍ରୀଙ୍କ ଡିଆଇଇଟି କାର୍ଯ୍ୟାଳୟ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରେ କୋଲି ସାହିରେ ଥିବା ତାଙ୍କର ପୈତୃକ ଘର ଏବଂ ଭୁବନେଶ୍ୱର ନିଳାଦ୍ରୀ ବିହାରସ୍ଥିତ ସମ୍ପର୍କୀୟଙ୍କ ଘରେ ଯାଞ୍ଚ କରାଯାଉଛି ।
ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସପି, ୨ ଡିଏସପି, ୮ ଇନସ୍ପେକ୍ଟର, ୬ ଏଏସ୍ଆଇ ଓ ଅନ୍ୟ ସହ କର୍ମଚାରୀ ସାମିଲ ହୋଇଛନ୍ତି । ଖବର ଲେଖା ହେବା ବେଳକୁ ତାଙ୍କର ସମ୍ପତିର ଆକଳନ କରାଯାଇ ନ ଥିଲା ।