କଟକ : ପୁଅ ଓ ବୋହୂଙ୍କୁ ପେଟ୍ରୋଲ୍ ଢାଳି ବୃଦ୍ଧ ବାପା ନିଆଁ ଲଗାଇବା ଘଟଣାରେ ଆସିଛି ଦୁଃଖଦ ଖବର। କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କର ମୃତ୍ୟୁ ଘଟିଛି।ଘରୋଇ କଳିକୁ ନେଇ କଟକ ବାରଙ୍ଗ ଅଞ୍ଚଳରେ ଘଟିଛି ଏହି ଅମାନୁଷିକ କାଣ୍ଡ । ଯାହା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଛି ।
ସେପଟେ ବାରଙ୍ଗ ଥାନାର ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ବାପାକୁ ଗିରଫ କରିଛି । ବାରଙ୍ଗ ବାରାସିଂହା ଗାଁରେ ଘଟିଥିବା ପୋଡି ଘଟଣାରେ ଆଖି ବୁଜିଛନ୍ତି ୨୭ ବର୍ଷୀୟା ସସ୍ମିତା ରାଉତ । ସେପଟେ ଏସସିବିର ଆଇସିୟୁରେ ଭର୍ତ୍ତି ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ ଦିନବନ୍ଧୁ । ଏହାରି ଭିତରେ ପୁତ୍ରବଧୁ ହନ୍ତା ଶ୍ବଶୁର ଗୋବର୍ଦ୍ଧନ ରାଉତକୁ ଗିରଫ କରିଛି କମିଶନରେଟ ପୋଲିସ ।
ସୂଚନା ଅନୁଯାୟୀ ସ୍ଥାନୀୟ ବଜାରରେ ଏକ ଛୋଟ ଦୋକାନ କରିଥିବା ଦିନବନ୍ଧୁଙ୍କ ପରିବାରେ ସ୍ବାମୀ, ସ୍ତ୍ରୀ, ୬ ବର୍ଷ ପୁଅ, ବାପା ଓ ଜେଜେ ମା'ଙ୍କୁ ନେଇ ୫ ପ୍ରାଣୀ କୁଟୁମ୍ବ । ଦିନବନ୍ଧୁ ପ୍ରତିମାସରେ ବାପା ଗୋବର୍ଦ୍ଧନଙ୍କୁ କିଛି ଟଙ୍କା ଦେଇଆସୁଥିବା ବେଳେ ଦୁଇ ଦିନ ତଳେ ମଧ୍ୟ ସେ ବାପାଙ୍କୁ ୫ ହଜାର ଟଙ୍କା ଦେଇଥିଲେ । କିନ୍ତୁ ନିଶାଖୋର ବାପା ଗୋବର୍ଦ୍ଧନ ସବୁ ଟଙ୍କାକୁ ନିଶାରେ ଉଡାଇ ଦେବା ପରେ ପୁଅକୁ ପୁଣି ଥରେ ଟଙ୍କା ମାଗିଥିଲା । ଏହାକୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଶନିବାର ରାତିରେ ଖାଇ ବସିଥିଲେ ପତିପତ୍ନୀ ଦିନବନ୍ଧୁ ଓ ସସ୍ମିତା ପାଖରେ ଥିଲେ ଜେଜେ ମା' ଓ ୬ ବର୍ଷ ପୁଅ । ଏହି ସମୟରେ ପେଟ୍ରୋଲ ଭର୍ତ୍ତି ଏକ ବୋତଲ ଓ ନିଆଁ ହୁଳା ଧରି ଘର ଭିତରକୁ ପଶିଥିଲା ଗୋବର୍ଦ୍ଧନ । କେହି କିଛି ବୁଝିବା ଆଗରୁ ପୁଅ ଉପରେ ପେଟ୍ରୋଲ ଢାଳିବା ସହ ନିଆଁ ହୁଳାକୁ ଫିଙ୍ଗି ଦେଇଥିଲେ । ତେବେ ଏଥିରେ ପୁଅ ଦିନବନ୍ଧଙ୍କ ସହ ବୋହୁ ସସ୍ମିତା ପୋଡି ହୋଇଯାଇଥିଲେ। ପୁଅ ବୋହୁଙ୍କ ଦେହରେ ନିଆଁ ଲଗାଇବାକୁ ଯାଇ ନିଜେ ଗୋବର୍ଦ୍ଧନ ମଧ୍ୟ ନିଆଁରେ ପୋଡି ହୋଇ ସାମାନ୍ୟ ଆହତ ହୋଇଛି । ତେବେ ତାର ଅବସ୍ଥା ସୁଧୁରିବା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।