ପଞ୍ଜାବରେ କର୍ଫ୍ୟୁ ସମୟରେ ଉତ୍ତେଜନା, ପୋଲିସ ହାତକୁ ହାଣିଦେଲେ ଦୁର୍ବୃତ୍ତ
Khabar Odisha:coronavirus-in-punjab-attacked-on-police-team-in-patiala-of-punjab-during-curfew
ପଟିଆଲା, ଏପ୍ରିଲ 12(ଖବର ଓଡ଼ିଶା):

ପଞ୍ଜାବର ପଟିଆଲାରେ ଉତ୍ତେଜନା । କର୍ଫ୍ୟୁ ସମୟରେ ପୋଲିସ ଦଳ ଉପରେ ଆକ୍ରମଣକୁ ନେଇ ସ୍ଥାନୀୟ ଅ଼୍ଞ୍ଚଳରେ ଉତ୍ତେଜନା । ଏହି ଆକ୍ରମଣ ଘଟଣାରେ ଜଣେ ଏଏସଆଇର ହାତ କାଟି ଦିଆଯାଇଥିବା ବେଳେ ଅନେକ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ପୋଲିସ ଆକ୍ରମଣ ଘଟଣାରେ ସାମିଲ ଥିବା ଅଭିଯୋଗରେ 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନାନୁସାରେ ଆଜି ସକାଳେ ସନ୍ନୋର ପରିବା ମାର୍କେଟକୁ ନିହାଙ୍ଗ ସିଂ ନାମକ ଜଣେ ବ୍ୟକ୍ତି ପରିବା ନେବାକୁ ଆସିଥିଲେ । ସେତେବେଳେ ଛକରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ କର୍ଫ୍ୟୁ ପାସ୍ ଦେଖାଇବାକୁ କହିଥିଲେ। ଏହାପରେ ପୋଲିସ ଓ ନିହାଙ୍ଗ ସିଂଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ସଙ୍ଗେ ସଙ୍ଗେ ଅଭିଯୁକ୍ତ ଓ ତାଙ୍କ ସମର୍ଥକ ମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ପଟିଆଲାସ୍ଥିତ ସରକାରୀ ରାଜୀନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ଗୁରୁତର ଆହାତ ହୋଇଥିବା ଏଏସଆଇ ହରଜିତ ସିଂଙ୍କୁ ଚଣ୍ଡିଗଡ଼ରେ ଥିବା ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚଣ୍ଡିଗଡ଼ସ୍ଥିତ ପିଜିଆଇ ହସ୍ପିଟାଲରେ ତାଙ୍କ ହାତର ଅପରେସନ ଜାରି ରହିଥିବା ଜଣାପଡିଛି |

ଏହି ଘଟଣା ପରେ ନିହାଙ୍ଗ ସିଂ ସ୍ଥାନୀୟ ଡେରା କ୍ୟାମ୍ପରେ ଲୁଚି ଯାଇଥିଲା । ପୋଲିସ କ୍ୟାମ୍ପକୁ ଚାରୁ ପଟୁ ଘେରାଉ କରି ଅଭିଯୁକ୍ତମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲା । ହେଲେ କ୍ୟାମ୍ପ ଭିତରୁ ଅଭିଯୁକ୍ତମାନ ଲାଉଡ ସ୍ପିକର ଜରିଆରେ ପୋଲିସ ପ୍ରଶାସନକୁ ଗାଳି କରିବା ଆରମ୍ଭ କରିଥିଲେ । ପରେ ପଞ୍ଜାବର ସ୍ୱତନ୍ତ୍ର ସଚିବ କେବିଏସ୍ ସିଦ୍ଧୁ ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 7 ଜଣଙ୍କୁ ଗିରଫ କରାଯାଇଛି।

  • Tags:

Subscribe

National International State Sports Entertainment