ଭିଜିଲାନ୍ସ ଜାଲରେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ, ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଯାଜପୁର, ଜାନୁଆରୀ ୧୮(ଖବର ଓଡିଶା): Share story: ଭିଜିଲାନ୍ସ ଜାଲରେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ । ଜଣେ କାରିଗରଙ୍କୁ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ସେମାନେ ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ପ୍ରଭାତ କୁମାର ମିଶ୍ର ଓ ମାଷ୍ଟର କ୍ରାପ୍ଟ ମ୍ୟାନ ପ୍ରିୟା ମହାରଣା । ସୂଚନା ଅନୁସାରେ, ବୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଖୋସାଲପୁର ଅଞ୍ଚଳର ହସ୍ତଶିଳ୍ପ କାରିଗର ଖଗେଶ୍ୱର ମଲ୍ଲିକଙ୍କ ଏକ ବିଲ କରାଇ ଦେବା ପାଇଁ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ ମାଷ୍ଟର କ୍ରାଫ୍ଟମ୍ୟାନ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଏନେଇ ଖଗେଶ୍ୱର ଯାଜପୁର ଭିଜିଲାନ୍ସ ଟିମରେ ଜଣାଇଥିଲେ । ଯାଜପୁର ରୋଡ ସ୍ଥିତ କାର୍ଯ୍ୟାଳୟରେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ ମାଷ୍ଟର କ୍ରାପ୍ଟ ମ୍ୟାନ ଧରାପଡିଛନ୍ତି । ଖବର ଓଡ଼ିଶା, Reporter, 18/01/2022