ଘରୋଇ କଳହର କରୁଣ ପରିଣତି, ସ୍ତ୍ରୀର ଗଳାକାଟିବା ପରେ ସ୍ୱାମୀର ଆତ୍ମହତ୍ୟା
Khabar Odisha:aftermath-of-a-domestic-dispute-led-to-the-death-of-her-husband-after-she-was-strangled
ପିପିଲି, ଅକ୍ଟୋବର ୧୬(ଖବର ଓଡିଶା):

ଘରୋଇ କଳହର କରୁଣ ପରିଣତି । ସ୍ତ୍ରୀର ଗଳାକାଟିବା ପରେ ସ୍ୱାମୀ ଆତ୍ମହତ୍ୟା କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ତେଇଶିପୁର ପଞ୍ଚାୟତର ନିର୍ମଳା ଗାଁରେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ମାତ୍ର ଏହି ଝଗଡା ଶେଷରେ ଭୟଙ୍କର ରୂପ ଧାରଣ କରିଥିଲା । ସ୍ୱାମୀ ଅତିଷ୍ଠ ହୋଇ ସ୍ତ୍ରୀର ଗଳାକାଟି ହତ୍ୟା କରିବାକୁ ଉଦ୍ୟମ କରିଛି । ପରେ ସେ ମଧ୍ୟ ଦଉଡି ଦେଇ ଆତ୍ମହତ୍ୟା କରିଛି । 

ତେବେ ମୃତ ବ୍ୟକ୍ତି ଜଣଙ୍କ ହେଲେ ବ୍ରଜ କିଶୋର ସାହୁ । ତାଙ୍କ ସ୍ତ୍ରୀ ହେଉଛନ୍ତି ବ୍ରଜ ସାବିତ୍ରି ସାହୁ । ତେବେ ସାବିତ୍ରୀ ସାହଙ୍କୁୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ , ଗତକାଲି ରାତିରେ କୌଣସି ଏକ କଥାକୁ ନେଇ ଉଭୟ ବ୍ରଜ କିଶୋର ଓ ସାବିତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗି ଯାଇ ସ୍ୱାମୀ ବ୍ରଜ କିଶୋର ଏକ ଧାରୁଆ ଅସ୍ତ୍ରରେ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ବେକକୁ କାଟି ଦେଇଥିଲେ । 

ପରେ ସେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ସାବିତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଏହାସହିତ ତାଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ପୋଲିସ ଘଟଣାର ଛାନଭିନ ଜାରି ରଖିଛି ।

  • Tags:

Subscribe

National International State Sports Entertainment