ଗତ ୮ ତାରିଖ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଗିଡ଼ାପଦର ଗାଁରେ ପୂର୍ବତନ ୱାର୍ଡ଼ସଭ୍ୟ ଦମ୍ପତିଙ୍କୁ ହତ୍ୟା ଘଟଣାରେ ପୋଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦମ୍ପତିଙ୍କ ମୃତ୍ୟୁ ମାଓ ହିଂସାରୁ ହୋଇଥିଲା ବୋଲି ବହୁ ପ୍ରଚାର ହୋଇଥିଲା । କିନ୍ତୁ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିଲା । ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ କରାଯାଇଥିଲା ବୋଲି କନ୍ଧମାଳ ଏସପି ସୂଚନା ଦେଇଛନ୍ତି । ଗୁଣି ସନ୍ଦେହରେ ଅଭିଯୁକ୍ତମାନେ ପୂର୍ବ ପ୍ରସ୍ତୁତି ପ୍ରକାରେ ସଂଘବଦ୍ଧ ଆକ୍ରମଣ କରି ଦମ୍ପତିଙ୍କୁ ପିଟିପିଟି ହତ୍ୟା କରାଯାଇଛି ବୋଲି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ସୁନୀଲ ଦିଗାଲ, ଭୀମ କହଁର, ଭିଙ୍ଗ କହଁର, ଉଗ୍ରସେନ କହଁର, ନାଇବ କହଁର, ନାବିସ କହଁର, ବୃଷଭ କହଁର, ଭରତ ଦିଗାଳ, ଗନ୍ଦରା କହଁର ଓ ରୀନା ଦିଗାଲ ।
ସୂଚନା ଅନୁସାରେ, ମୃତ ଦମ୍ପତି ବଗଳାଦେବୀ ମନ୍ଦିରରେ ପୂଜା କରୁଥିଲେ ଓ ତାଙ୍କୁ ଗୁମାଲଦାନୀ ଗ୍ରାମର ଲୋକମାନେ ଗୁଣିଗାରେଡ଼ି କରୁଛନ୍ତି ବୋଲି ସନ୍ଦେହ କରୁଥିଲେ । ସେଥିପାଇଁ ସେମାନଙ୍କୁ ଗୁମାଲଦାନୀ ଲୋକ ସେମାନଙ୍କୁ ଗ୍ରାମରୁ ବାହାର କରି ଦେଇଥିଲେ । ମୃତ ଦମ୍ପତି ଗୁଣିଗାରେଡି କରୁଥିବାରୁ ଗୁମାଲଦାନୀ ଗ୍ରାମର ଲୋକ ମାନଙ୍କର ଦେହ ଖରାପ ହେଉଛି ବୋଲି ଭାବି କିଛି ଗ୍ରାମବାସୀ ଗତ ୪ ତାରିଖରେ ଗୋଟେ ବୈଠକ କରିଥିଲେ । ଏହି ବୈଠକରେ କେତେକ ଗ୍ରାମବାସୀ ଯୋଗ ଦେବା ସହିତ ପ୍ରତ୍ୟେକ ଘର ପିଛା ୧୦ହଜାର ଟଙ୍କା ଆଦାୟ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏଥିରେ ଗ୍ରାମବାସୀ ମୁଖ୍ୟ ଅଭିଯୁକ୍ତ ସୁନୀଲର ସାହାର ନେଇଥିଲେ। ସୁନୀଲି ପିତା ଗତ ୨୦୨୩ ରେ ମୃତ୍ୟୁ ହୋଇଥିବା ବେଳେ ଦମ୍ପତି ଗୁଣି କରୀ ତାଙ୍କ ବାପାଙ୍କୁ ମାରିଥିବା ସୁନୀଲ ପୂର୍ବରୁ ସନ୍ଦେହ କରୁଥିଲା । ଗ୍ରାମବାସୀ ସୁନୀଲକୁ ଏହି କଥା କହିବା ପରେ ସେ ତାଙ୍କ କଥାରେ ରାଜି ହୋଇଯାଇଥିଲା।
ତେବେ ଯୋଜନରା ପ୍ରକାରେ ସୁନୀଲ ଗତ ୭ ତାରିଖ ରାତିରେ ଫୁଲବାଣୀରୁ ଆସି ଗ୍ରାମକୁ ଆସିଥିଲା ପହଞ୍ଚିଥିଲା। ପିନ୍ଧିବା ଜ୍ୟାକେଟରେ ଏକ ହାତୁଡି ନେଇ ବତାସୀଙ୍କ ଘର ପାଖକୁ ଯାଇ ମାଆ ଦେହ ଖରାପ ଅଛି କହି ଡାକି ଆଣିଥିଲା। ଯିବା ବାଟରେ ହାତୁତିରେ ବତାସୀର ମୁଣ୍ଡ ଓ ମୁହଁକୁ ପିଟିପିଟିହତ୍ୟା କରିଥିଲା। ସେଠାରୁ ତାହିରା ପାଖକୁ ଯାଇଥିଲା। ତେବେ ସୁନୀଲକୁ ଦେଖି ତାହିରା ଦୌଡ଼ି ପଳାଇବା ଉଦ୍ୟମ କରିଥିବା ବେଳେ ଅଭିଯୁକ୍ତ ହାତରୁ ବର୍ତ୍ତି ପାରିନଥିଲା। ଅଭିଯୁକ୍ତ ସେହି ହାତୁଡିରେ ତାହିରାଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲା ଓ ସେହି ଜାଗାରେ ହାତୁତିକୁ ଫିଙ୍ଗି ପଳାଇଥିଲା। ଖବର ପାଇ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଦମ୍ପତି ମାଓପ୍ରବଣ ଅଂଚଳରେ ରହୁଥିବାରୁ ମାଓବାଦୀମାନେ ସେମାନଙ୍କୁ ହତ୍ୟା କରୁଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି ବୋଲି ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ : ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ