ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଗଣେଶପାଟଣା ଗ୍ରାମର ନିଖୋଜ ଯୁବକଙ୍କ ମୃତ ଦେଦ ନଦୀରୁ ଉଦ୍ଧାର । ରେବ ନଦୀରୁ ଯୁବକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଗଣେଷପାଟଣା ଗ୍ରାମର ରଘୁନାଥ ମଳିକଙ୍କ ପୁଅ ବୈରାଗୀ ମଳିକ । ସେ ଦୁଇ ଦିନ ହେଲା ଘରୁ ନିଖୋଜ ଥିଲେ ବୋଲି ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, କାଶିନପୁର ପଞ୍ଚାୟତ ଗଣେଶ ପାଟଣା ଗ୍ରାମର ରଘୁନାଥ ମଳିକଙ୍କ ପୁଅ ବୈରାଗୀ ମଳିକ ଗତ ଦୁଇଦିନ ହେବ ନିଖୋଜ ଥିଲେ । ତେବେ ଆଜି ସକାଳୁ ଶାଶନ ଗ୍ରାମ ନିକଟ ରେବ ନଦୀରେ ଏକ ମୃତ ଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ମୃତ ଦେହଟି ବୈରାଗୀଙ୍କର ବୋଲି ଜଣାପଡ଼ିଥିଲା । ଏ ନେଇ ସ୍ଥାନୀୟ ଲୋକେ ତାଙ୍କ ପରିବାର ଓ ଧିୁଷୁରୀ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ପାଣିରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ତେବେ ବୈରାଗୀଙ୍କର କେମିତି ମୃତ୍ୟୁ ହେଲା ଏବଂ ମୃତ ଦେହ ନଦୀକୁ କେମିତି ଆସିଲା ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନଥିବାବେଳେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।