ଝୁନଝୁନୁ: ରାଜସ୍ଥାନର ଝୁନଝୁନୁରେ ଘଟିଛି ଏକ ଅଭାବନୀୟ ଘଟଣା। ଝୁନଝୁନୁରେ ଜଣେ ମହିଳା ପୁଅ ଜନ୍ମ ଦେଇ ନ ପାରିବାରୁ ନିଜ ଝିଅକୁ ପାଣି ଟାଙ୍କିରେ ଫିଙ୍ଗି ହତ୍ୟା କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ମହିଳା ଜଣକ ପୁଅ ଚାହୁଁଥିଲେ, କିନ୍ତୁ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯେଉଁକାରଣରୁ ସେ ତାଙ୍କୁ ପାଣି ଟାଙ୍କିରେ ଫିଙ୍ଗି ଦେଇଥିଲେ ଏବଂ ଢାଙ୍କା ବନ୍ଦ କରିଦେଇଥିଲେ।
କୋତଓ୍ଵାଲି ଥାନା ଅଧିକାରୀ ନାରାୟଣ ସିଂହ କହିଛନ୍ତି ଯେ ରାମ କଲୋନୀରେ ରହୁଥିବା ଅଚକି ଦେବୀ (୨୨) ରବିବାର ପୁଅ ଜନ୍ମ ଦେଇ ନ ପାରିବାରୁ ତାଙ୍କ ୧୭ ଦିନର ଝିଅକୁ ପାଣି ଟାଙ୍କିରେ ଫିଙ୍ଗି ଦେଇଥିଲେ।
ଏହାପରେ ସେ ଟାଙ୍କି ଢାଙ୍କା ବନ୍ଦ କରିଦେଇଥିଲେ, ଯାହାଫଳରେ ତାଙ୍କ ଝିଅର ମୃତ୍ୟୁ ଘଟିଥିଲା। ଅଧିକାରୀ ଜଣକ କହିଛନ୍ତି ଯେ ମହିଳା ଜଣକ ଏହି ଘଟଣା ବିଷୟରେ ଜଣେ ପରିଚିତ ବ୍ୟକ୍ତିଙ୍କୁ ଜଣାଇବା ପରେ ତାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ତାଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ସୋମବାର ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ସେଠାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ଶିଶୁକନ୍ୟାକୁ ଜନ୍ମ ଦେଲେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର