ଉଦୁପି: କର୍ଣ୍ଣାଟକର ଉଦୁପିରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଗଷ୍ଟ ୨୩ ତାରିଖ ରାତିରେ କରକଳା ଟାଉନ୍ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ପୀଡ଼ିତାଙ୍କୁ ଅଲତାଫ ନାମକ ଜଣେ ବ୍ୟକ୍ତି ଅପହରଣ କରିଥିବା ଅଭିଯୋଗ ହୋଇଛି।
ସେ ତାଙ୍କୁ କାର୍ରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ମଦ ପିଇବାକୁ ବାଧ୍ୟ କରିବା ସହ ଦୁଷ୍କର୍ମ କରିଥିଲେ। ଉଦୁପି ଆରକ୍ଷୀ ଅଧୀକ୍ଷକ ଅରୁଣଙ୍କ କହିବା ଅନୁଯାୟୀ, ମହିଳା ଜଣକ ଏବଂ ଅଲତାଫ ଗତ ତିନି ମାସ ଧରି ଇନଷ୍ଟାଗ୍ରାମରେ ବନ୍ଧୁ ଥିଲେ। ଦୁହେଁ ଗୋଟିଏ ସହର (କରକଲା)ର ବାସିନ୍ଦା। ଶୁକ୍ରବାର ଅଲତାଫ ମହିଳାଙ୍କ କର୍ମକ୍ଷେତ୍ରକୁ ଆସି ତାଙ୍କୁ ଏକ କାର୍ରେ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। କିଛି ସମୟ ପରେ ଅଲତାଫଙ୍କ ଅନ୍ୟ ଜଣେ ସାଥୀ ରିଚାର୍ଡ କାର୍ଡୋଜା ମଧ୍ୟ ସେଠାରେ ପହଞ୍ଚିଥିଲା।
ଅଲତାଫଙ୍କ ପାଖରେ ମଦ ବୋତଲ ଥିଲା। ସେ ମହିଳାଙ୍କୁ ମଦ ପିଇବାକୁ ବାଧ୍ୟ କରିଥିଲା। ପରେ ସେ ତାଙ୍କୁ ଦୁଷ୍କର୍ମ କରିବା ସହ ଘରକୁ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଗାଡ଼ିଗୁଡ଼ିକୁ ପୁଲିସ ଜବତ କରିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୁଲିସ। ପୀଡ଼ିତାଙ୍କୁ ମଣିପାଲର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମାମଲା ରୁଜୁ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ: ୮ ବଗିକୁ ଛାଡ଼ି ଚାଲିଗଲା ଟ୍ରେନ୍