ଗୁଣୁପୁରରେ ଜାଲ ନୋଟ କାରବାର ଅଭିଯୋଗରେ ମହିଳା ଗିରଫ
Khabar Odisha:Woman-arrested-on-charges-of-counterfeiting-notes-in-Gunupur
ଗୁଣୁପୁର, ଅଗଷ୍ଟ ୦୬ (ଖବର ଓଡ଼ିଶା):

ରାୟଗଡା ଜିଲ୍ଲା ଗୁଣୁପୁରରେ ଜାଲ ନୋଟ କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ଗୁଣୁପୁର ପୋଲିସ । ଗିରଫ ହୋଇଥିବା ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଡେରା ସାହିର ରହିମା ବିବି । ସୂଚନାନୁସାରେ ରହିମା ପୁରୁଣା ବସଷ୍ଟାଣ୍ଡ ର ଏକ କ୍ଷୀର ଦୋକାନରୁ କ୍ଷୀର କିଣି ଦୁଇ ହଜାର ଟଙ୍କା ନୋଟ ଦେଇଥିଲେ । ଦୋକାନୀ ଜଣକ ଏହା ନକଲି ନୋଟ ବୋଲି ଜାଣି ପାରି ମହିଳାଙ୍କୁ ଫେରସ୍ତ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ସେଠାରେ ପେଟ୍ରୋଲିଂ କରୁଥିବା ପୋଲିସ ଏହାକୁ ଦେଖି ମହିଳା ଜଣଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରିଥିଲେ । ଉକ୍ତ ମହିଳାଙ୍କ ଠାରୁ ଆହୁରି ତିନୋଟି ଏଭଳି ଜାଲ ନୋଟ ମିଳିଥିବା ବେଳେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଜାଲ ନୋଟ କାରବାରର ଲିଙ୍କ ନେଇ ଅଧିକ ଅନୁସନ୍ଧାନ କରୁଛି ପୋଲିସ.

  • Tags:

Subscribe

National International State Sports Entertainment