ଅଶାନ୍ତ ରାଜଧାନୀ: ଘରେ ପଶି ମହିଳାଙ୍କୁ ଆକ୍ରମଣ ସହ ଲୁଟ ହୋଇଥିବା ଅଭିଯୋଗ ଭୁବନେଶ୍ୱର, ଜାନୁଆରୀ ୦୫(ଖବର ଓଡିଶା): Share story: ରାଜଧାନୀରେ ଦୁବୃର୍ତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ଘରେ ପଶି ମହିଳାଙ୍କୁ ଆକ୍ରମଣ ସହ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସହିଦନଗର ଥାନା ଜଗନ୍ନାଥ ନଗର ଲେନ୍-୪ରେ ମହିଳାଙ୍କୁ ଦୁବୃର୍ତ୍ତ ମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୂଚନା ଅନୁସାରେ, ଦୁଇ ଜଣ ଦୁବୃର୍ତ୍ତ ଘରେ ପଶି ଥିଲେ । ପରେ ମହିଳାଙ୍କ ହାତଗୋଡ ବାନ୍ଧି ସୁନାଗହଣା ଏବଂ ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ତେବେ ଲୁଟ୍ ପାଇଁ ଆକ୍ରମଣ କରାଯାଇଥିବା ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ସେପଟେ ଆକ୍ରମଣରେ ଗୁରୁତର ହୋଇ ମହିଳା ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ସହିଦନର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ନୂଆ ବର୍ଷ ଆରମ୍ଭରୁ ଅପରାଧୀମାନେ ଆତଙ୍କ ଖେଳାଇବା ଆରମ୍ଭ କଲେଣି । ରାଜଧାନୀରେ ଲୁଟ୍, ଆକ୍ରମଣ, ଛିନତାଇ ମାମଲା ବଢିବାରେ ଲାଗିଛି । ଅପରାଧରେ ଲଗାଣ ଲାଗିପାରୁନି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ପୋଲିସ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖବର ଓଡ଼ିଶା, Reporter, 05/01/2022