ହାତୀପଲଙ୍କୁ ତଡ଼ିବାକୁ ଜଙ୍ଗଲରେ ନିଆଁ : ନିଆଁ କାବୁ କରିବାକୁ ନାକେଦମ୍ ବନ ବିଭାଗ
Khabar Odisha:Villagers-set-fire-in-forest-for-elephant-went
ଖବର ଓଡିଶା : 24/05/2023

ହାତୀ ପଲଙ୍କୁ ଘଉଡେଇବାକୁ ଜଙ୍ଗଲରେ ନିଆଁ ଲଗାଇ ଦେଲେ ଗାଁ ଲୋକେ । ଏମିତି ଘଟଣା ଘଟିଛି କରଞ୍ଜିଆ ବନଖଣ୍ଡର ଘୋରମାବେଡା ଜଙ୍ଗଲରେ । ଜଙ୍ଗଲରେ ହାତୀ ଥିବାରୁ ତାଙ୍କୁ ଘଉଡାଇବାକୁ ଏପରି ଅଭିନବ ପ୍ରୟାସ କରିଛନ୍ତି ଗ୍ରାମବାସୀ । ଏବେ ହାତୀ ତଡ଼ିବା ସହ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ବନ ବିଭାଗ ପାଇଁ ପାଲଟିଲା ଚ୍ୟାଲେଞ୍ଜ୍ ।

ଖବର ଅନୁଯାୟୀ, ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଘୋରମାବେଡା ଗ୍ରାମ୍ୟ ଜଙ୍ଗଲରେ ଏହା ଦେଖିବାକୁ ମିଳିଛି l ଏହି ଜଙ୍ଗଲକୁ ବହୁ ସଂଖ୍ୟାରେ ହାତୀମାନେ ଚାଲି ଆସିଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ ଏବଂ ଶେଷରେ କୌଣସି ବାଟ ନପାଇ ହାତୀ ମାନଙ୍କୁ ତଡ଼ିବା ଲାଗି ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ ସ୍ଥାନୀୟ ବାସିନ୍ଧା l ନିଆଁ ଡରରେ ୧୭ ଟିକିଆ ହାତୀପଲ କେନ୍ଦୁଝର ବନଖଣ୍ଡକୁ ଚାଲିଯାଇଥିବା ଜଣାପଡିଛି ।

Subscribe

National International State Sports Entertainment