ଆଇଆଇସିଙ୍କ ଘରେ ଭିଜିଲାନ୍ସ ରେଡ୍‌, ମିଳିଲା ୩ ଲକ୍ଷରୁ ଅଧିକ ଟଙ୍କା
Khabar Odisha:Vigilance-raid-at-IIC-house-found-more-than-Rs-3-lakh
କଣ୍ଟାବାଞ୍ଜି, ଡିସେମ୍ବର ୧(ଖବର ଓଡିଶା):

ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପୋଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକ । ମଙ୍ଗଳବାର ଲକ୍ଷାଧିକ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ବରଗଡ ଟୋଲ୍ ଗେଟ୍ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । 

ସେହିପରି ବିନୋଦଙ୍କ କାରରୁ ଭିଜିଲାନ୍ସ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରିଥିଲା । ତେବେ ବୁଧବାର ବଙ୍ଗୋମୁଣ୍ଡା ଥାନାରେ ଭିଜିଲାନ୍ସ ଟିମ୍ ପହଞ୍ଚି ଛାନଭିନ ଆରମ୍ଭ କରିଛି । 

ବର୍ତ୍ତମାନ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ତାଙ୍କ  ବାସଭଭନରୁ ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା ଜବତ କରିଛି । ଏହାସହିତ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି ବଲାଙ୍ଗୀର ଭିଜିଲାନ୍ସ ଟିମ୍ । 

  • Tags:

Subscribe

National International State Sports Entertainment