ଭିଜାଲାନ୍ସ ଡିଏସପିଙ୍କ ଘରୁ ଲୁଟ, ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୁତ୍ତ
Khabar Odisha:Vigilance-DSP-looted-at-gun-point-in-Bhubaneswar
ଭୁବନେଶ୍ୱର, ଜୁଲାଇ ୨୬ (ଖବର ଓଡ଼ିଶା):

ଭିଜାଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କ ଘରୁ ଲୁଟ. ବନ୍ଧୁକ ଦେଖେଇ ଲୁଟିନେଲେ ସୁନା ଚେନ, କାନ ଫୁଲ ଓ ଚୁଡ଼ି । ସୂଚନାନୁସାରେ, ଦୁଇ ଜଣ ଦୁର୍ବୁତ୍ତସକାଳ ୬.୪୫ ରେ ବାଇକରେ ଆସି ତନୁଜା ମହାନ୍ତି ଝାଡୁ କରୁଥିବା ସମୟରେ ଫିଲ୍ମ ଷ୍ଟାଇଲରେ ଘର ଗେଟ ଆଗରେ ଠିଆ ହେଲେ. ଆପଣଙ୍କ ଫୋନ ଆସିଛି ନିଅନ୍ତୁ ଫୋନରେ କଥା ହୁଆନ୍ତୁ କହି ଫୋନ ଦେବାକୁ ଗ୍ରୀଲ ଖୋଲି ଭିତରକୁ ଆସିଲେ ଆଉ ତାପରେ ବନ୍ଧୁକ ଦେଖାଇ ଭୁବନେଶ୍ୱରର ୟୁନିଟ-୩ ସ୍ଥିତ ତାଙ୍କ ସରକାରୀ ବାସ ଭବନରୁ ବିଭିନ୍ନ ସୁନାର ଅଳଙ୍କାର ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ ସ୍ପେସିଆଲ ସ୍କ୍ୱାଡର ତଦନ୍ତକାରୀ ଟିମ ପଂହଚି ତଦନ୍ତ ଜାରି ରଖିଛି ।

  • Tags:

Subscribe

National International State Sports Entertainment