ମୋବାଇଲ୍ ପାଇଁ ଜଣକୁ ହତ୍ୟା । ଜଣେ କବାଡ଼ିବାଲାଙ୍କ ମୋବାଇଲ୍ ଲୁଟ୍ ପାଇଁ କରାଗଲା ବିଭତ୍ସ ହତ୍ୟା । ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ।
ମାର୍ଚ୍ଚ ୭ ତାରିଖ ଦିନ ମହମ୍ମଦ ଫିରୋଜଙ୍କୁ କିଛି ଯୁବକ କବାଡି ସମାଗ୍ରୀ ଥିବା ନେଇ ଫୋନରେ ଜଣାଇଥିଲେ । ଏବଂ ତାଙ୍କୁ କର୍ତ୍ତବାଗା ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲକୁ ଡାକିଥିଲେ । ମହମ୍ମଦ ସେଠାରେ ପହଞ୍ଚିବା ପରେ ପୂର୍ବ ଯୋଜନା ମୂତାବକ ଦୁଇ ଅଭିଯୁକ୍ତ ଫିରୋଜଙ୍କୁ ଏକ ବାଡିରେ ପ୍ରବଳ ମାଡ ମାରିଥିଲେ । ସେଠୁ ଦୌଡି ଯିବାକୁ ଚେଷ୍ଠା କରିବା ବେଳେ ଫିରୋଜ ଏକ ଗାତରେ ପଡି ଯାଇଥିଲେ । ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ହତ୍ୟା କରିବା ପରେ ଗାତଖୋଳି ପୋତି ଦେଇଥିଲେ । ଫିରୋଜଙ୍କୁ ପୋତିବା ପରେ ତାଙ୍କ ମୋବାଇଲ ନେଇ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ । ପୁଲିସ ଫିରୋଜଙ୍କ କଲ ଡିଟେଲ୍ସ ରେକର୍ଡ ଯାଞ୍ଚ ପରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପରେ ପୁରା ମାମଲା ସାମ୍ନାକୁ ଆସିଛି । ପୁଲିସ୍ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ କରୁଛି ।
ଅଧିକ ପଢ଼ନ୍ତୁ : ଝାଡାବାନ୍ତିରେ ଦୁଇ ଭଉଣୀ ମୃତ