ରାଉରକେଲା ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ଗତ ଜାନୁଆରି ମାସରେ ଅନ୍ତଃରାଷ୍ଟ୍ରୀୟ ସାଇବର ଠକ ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିଥିବାବେଳେ ଏବେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଅଭଯୁକ୍ତ ଦ୍ୱୟ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବାସିନ୍ଦା ହରିଶ କୁରାପତି ଓରଫ୍ ହ୍ୟାରୀ ଓ ସୋଜନ୍ୟା କୁରାପତି ଓରଫ୍ ଲିସା ।
ଗତ ଡିସେମ୍ବର ମାସରେ ଜଣେ ସରକାରୀ କର୍ମଚାରୀ ୬୭ ଲକ୍ଷ ୭୦ ହଜାର ଟଙ୍କା ଠକାମିର ଶିକାର ହୋଇଥିଲେ। ଏନେଇ ସେ ଡିସେମ୍ବର ୩୦ ତାରିଖରେ ରାଉରକେଲା ସାଇବର ଥାନାରେ ଏତଲା ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସାଇବର ଠକ ଦଳ କମ୍ବୋଡିଆରେ ରହି ତାଙ୍କ ଅପରାଧ ଦୁନିଆର ପରିଚାଳନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା । ସେଠାରେ ମୁଖ୍ୟ କିଙ୍ଗପିନ ରହୁଥିବାବେଳେ ଦେଶର ବିଭିନ୍ନ ରାଜ୍ୟରେ ଗ୍ୟାଙ୍ଗ ସଦସ୍ୟ ବେଶ୍ ସକ୍ରିୟ ଥିଲେ । ଏହି ମାମଲାରେ ମୋଟ ୧୬ ଜଣ ସଂପୃକ୍ତ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ପରେ ୮ ଜଣଙ୍କୁ ଗିରଫ କରିଥିବାବେଳେ ଅବଶିଷ୍ଟ ସାଇବର ଠକଙ୍କ ବିରୋଧରେ ତଦନ୍ତ ଆଉ ଖୋଜା ଖୋଜି ଜାରି ରଖିଥିଲା ଥିଲା ପୋଲିସ ।
ତେବେ ଦୁଇ ଦିନ ପୂର୍ବେ ଦୁଇ ଅଭିଯୁକ୍ତ କମ୍ବୋଡିଆରୁ ଭାରତକୁ ଫେରିବା ପରେ ସେମାନେ ହାଇଦ୍ରାବାଦ ବିମାନବନ୍ଦରରେ ଇମିଗ୍ରେସନ ବିଭାଗ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଏହି ଗ୍ୟାଙ୍ଗ୍ ଓଡ଼ିଶା ସମେତ ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ଗୁଜୁରାଟ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ ଆଦି ଅଞ୍ଚଳରେ ଶତାଧିକ ଲୋକଙ୍କୁ ଠକିଛନ୍ତି । ଏହି ଗ୍ୟାଙ୍ଗ୍ ୨ ଶହରୁ ଅଧିକ ଲୋକଙ୍କଠାରୁ ଡେଟିଂ ଆପ୍ ମାଧ୍ୟମରେ ଯୋଗାଯୋଗ କରି କ୍ରିପ୍ଟୋକରେନ୍ସି ଅର୍ଥ ନିବେଶ ଆଦି ଆଳରେ ଠକିନେଇଛନ୍ତି ।
ଅଧିକ ପଢ଼ନ୍ତୁ : ଅଟୋ ସହ ଧକ୍କା ହେଲା କାର୍