ରାତିରେ ପଶି ଲୁଟିନେଲେ ସୁନା ଅଳଙ୍କାର । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଚୁଡାକୁଟି ବଜାରରେ ଥିବା ଜଗା କାଳିଆ ଜୁଏଲାରୀ ଦୋକାନରୁ ଗତ କାଲି ରାତ୍ରରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ରୂପା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ଚୁଡାକୁଟି ବଜାରରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ରବୀନ୍ଦ୍ର କୁଣ୍ଡୁ ଦୀର୍ଘ ଦିନ ହେବ ସୁନା ଦୋକାନ କରିଥିଲେ । ଗତ କାଲି ରାତି ସମୟରେ ୪ଜଣ ଦୃବୃତ ପହଞ୍ଚି ପ୍ରଥମେ ନିକଟରେ ଥିବା ମିଠା ଦୋକାନିକୁ ବନ୍ଧକ ରଖି ୨୨ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଇଥିଲେ । ଏହାପରେ ନିକଟରେ ଥିବା ସୁନା ଦୋକାନର ସଟର କାଟି ରଖିଥିବା ସୁନା ଅଳଙ୍କାର ଓ ରୂପା ଜିନିଷ ଚୋରୀ କରି ଫେରାର ହୋଇଯାଇଥିଲେ । ଖବର ପାଇ କମ୍ପ୍ଲେକ୍ସ ମାଲିକ ପହଞ୍ଚି ମିଠା ଦୋକାନୀଙ୍କୁ ଉଦ୍ଧାର କରିବା ସହ ପୋଲିସ କୁ ଖବର ଦେଇଥିଲ । ତେବେ ଖବର ପାଇ ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ସହ ପହଞ୍ଚି ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ପୋଲିସର ପେଟ୍ରୋଲିଙ୍ଗ ହେଉନଥିବାରୁ ଧାମନଗର ଅଞ୍ଚଳରେ ବାରମ୍ବାର ଚୋରୀ ଛିନ୍ତାଇ ଭଳି ଘଟଣା ବଢି ଚାଲିଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି।