ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା। ହତ୍ୟାକାରୀ ଘଟଣା ସ୍ଥଳରୁ ଫେରାର ହୋଇଗଲେ ହତ୍ୟାକାରୀ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସାମ୍ପଜ ଗାଁରେ। ଗତକାଲି ବିଳମ୍ବିତ ରାତିରେ ମୃତ ଯୁବକ ଜଣଙ୍କ ନିଜ ଗାଁ ଦାଣ୍ଡରେ ବୁଲୁଥିବା ବେଳେ ସେହି ଗ୍ରାମର ଦୁଇ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ହୋଇ ଦୁଇ ଜଣ ଯୁବକ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ , ସାମାନ୍ୟ ବଚସାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସାମ୍ପଜ ଗାଁରେ। ଗତକାଲି ବିଳମ୍ବିତ ରାତିରେ ମୃତ ଯୁବକ ଜଣଙ୍କ ନିଜ ଗାଁ ଦାଣ୍ଡରେ ବୁଲୁଥିବା ବେଳେ ସେହି ଗ୍ରାମର ଦୁଇ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ହୋଇ ଦୁଇ ଜଣ ଯୁବକ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ହତ୍ୟାକାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିବା ସହିତ ହତ୍ୟାକାରୀ ଦୁଇଜଣ ଯୁବକଙ୍କୁ ଖୋଜାଖୋଜି କରୁଛି। ପୋଲିସ ଏହା ମଧ୍ୟ ତନାଘନା କରୁଛି ମୃତ ଯୁବକଙ୍କର ସେହି ଦୁଇଜଣ ଯୁବଙ୍କ ସହ ପୂର୍ବ ଶତ୍ରୁତା ଥିଲା କି ନାହିଁ।
ଅଧିକ ପଢନ୍ତୁ ; ଗ୍ୟାଙ୍ଗଷ୍ଟର ଶରଦ ମୋହୋଲକୁ ଗୁଳିକରି ହତ୍ୟା